Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମଏସପି ପ୍ରସଙ୍ଗରେ ଆଲୋଚନା ଲାଗି କୃଷକ ସଂଗଠନ ଠାରୁ ପାଞ୍ଚଟି ନାମ ମାଗିଲା କେନ୍ଦ୍ର ସରକାର
ଆଜିର ଖବର

ଏମଏସପି ପ୍ରସଙ୍ଗରେ ଆଲୋଚନା ଲାଗି କୃଷକ ସଂଗଠନ ଠାରୁ ପାଞ୍ଚଟି ନାମ ମାଗିଲା କେନ୍ଦ୍ର ସରକାର

November 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ଏମଏସପି ସମେତ ଅନେକ ପ୍ରସଙ୍ଗରେ କମିଟି ଗଠନ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଠାରୁ ପାଞ୍ଚଟି ନାମ ମାଗିଛନ୍ତି। କୃଷକ ସଂଗଠନଗୁଡ଼ିକ ସହିତ ସରକାର ଏମଏସପି ବିଷୟରେ ଆଲୋଚନା କରିବେ। ସୂତ୍ରରୁ ପ୍ରକାଶ ଯେ, କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଶୀଘ୍ର ସମାପ୍ତ କରିପାରନ୍ତି। ସମସ୍ତଙ୍କ ସହମତିରେ ଡିସେମ୍ବର ୪ ତାରିଖରେ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ଏକ ତାରିଖ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ।

କୃଷକ ନେତା ସତନାମ ସିଂ ଅଜନାଲା କହିଛନ୍ତି ଯେ, ଏମଏସପି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କମିଟି ଗଠନ ପାଇଁ ସରକାର ୫ଟି ନାମ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ୫ ଟି ନାମ ସ୍ଥିର କରାଯାଇ ସରକାରଙ୍କ ନିକଟକୁ ପଠାଯିବ।

ଆସନ୍ତାକାଲି ହରିୟାଣା ସରକାରଙ୍କ ସହ କୃଷକଙ୍କ ବୈଠକ:

ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ହରିୟାଣା ସରକାର ଚାଷୀଙ୍କ ସହ ଏକ ବୈଠକ କରିବେ। ଏହି ସମୟ ମଧ୍ୟରେ ସରକାର ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର ଉପରେ ଆଲୋଚନା କରିବେ। ଉଲ୍ଲେଖ ଯୋଗ୍ୟ ଯେ, ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାର ମଧ୍ୟ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତାଲିକା ମାଗିଛନ୍ତି।

କୃଷକ ସଂଗଠନର ଦାବି କ’ଣ?:

କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ କୃଷକ ସଂଗଠନ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସରକାର ଏମଏସପି ଗ୍ୟାରେଣ୍ଟିର ଏକ ଆଇନ ପ୍ରଣୟନ କରନ୍ତୁ, ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରନ୍ତୁ, ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି କୃଷକ ସଂଗଠନ ଦାବି କରୁଛନ୍ତି। ଏହା ବ୍ୟତୀତ କୃଷକ ସଂଗଠନ ମଧ୍ୟ ଲକ୍ଷ୍ମୀପୁର ଖେରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ପିତା ତଥା ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି କରୁଛନ୍ତି।

ଏମଏସପି ପ୍ରସଙ୍ଗ କମିଟି ଗଠନ କେନ୍ଦ୍ର ସରକାର ସଂଯୁକ୍ତ କିଷାନ ମୋର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.