ଦୁଇ ଦଫା ଦାବୀ ନେଇ ଧାରଣାର ୪ର୍ଥ ଦିନରେ ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ

Published: Dec 2, 2021, 9:12 pm IST

ଭୁବନେଶ୍ବର : ଓଡିଶା କନିଷ୍ଠ ଶିକ୍ଷକ ସଙ୍ଘ ତରଫରୁ ୪ ଦିନ ବ୍ୟାପି ଅହୋରାତ୍ର ଧାରଣା ଓ ବିକ୍ଷୋଭ ଜାରି ରହିଛି । ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ସମସ୍ତ କନିଷ୍ଠ ଶିକ୍ଷକ ଧାରଣାରେ ଯୋଗ ଦେଉଛନ୍ତି । ଶିକ୍ଷକ ସଙ୍ଘ ତରଫରୁ ସରକାରଙ୍କ ସହ ୨ଦଫା ଦାବିକୁ ବାରମ୍ବାର ଆଲୋଚନା କରାଯାଇଛି। ହେଲେ ତାହା ସଫଳ ହୋଇପାରି ନାହିଁ।

୨୦୧୮ମସିହାରେ ଚୁକ୍ତିଭିତ୍ତିକ ପ୍ରଥାରେ ଥିବା ସମସ୍ତ କର୍ମଚାରୀଙ୍କର ଦରମା ୨୫% ବୃଦ୍ଧି କରିଦିଆଗଲା ମାତ୍ର କନିଷ୍ଠ ଶିକ୍ଷକଙ୍କର “ଶିକ୍ଷା ସହାୟକ” ନାମକୁ ପରିବର୍ତ୍ତନ କରି JT CONTRACTUAL ରେ ସୀମିତ ରଖିଦିଆଗଲା। ଦରମା ବୃଦ୍ଧିର ପ୍ରତିଶୃତି ଆଜି ପର୍ଯ୍ୟନ୍ତ ବି ପ୍ରତିଫଳିତ ହୋଇ ପାରିଲା ନାହିଁ ।

ଗତ ୨୦୨୧ କ୍ୟାବିନେଟ ବୈଠକରେ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କର ଦରମା ୫୦% ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇଥିଲେ ମଧ୍ୟ ଏଥିରେ ବି କନିଷ୍ଠ ଶିକ୍ଷକ ଚରମ ଅବହେଳାର ଶିକାର ହେଲେ। ଫଳରେ କନିଷ୍ଠ ଶିକ୍ଷକ ସଂଘର ହଜାରେ ଶିକ୍ଷକ ପାଠପଢା ବନ୍ଦ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Related posts