ମହାରାଷ୍ଟ୍ରରେ ଓମିକ୍ରନ୍ ରେ ଚିହ୍ନଟ ହେଲେ ଆଉ ୭ ଆକ୍ରାନ୍ତ, ଦେଶରେ ସଂକ୍ରମିତ ସଂଖ୍ୟା ୧୨ କୁ ବୃଦ୍ଧି

Published: Dec 5, 2021, 7:53 pm IST

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଭାରିଆଣ୍ଟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ରରେ ଆଜି ଏହି ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଠରେ ପହଞ୍ଚିଛି। ଆଜି ଓମିକ୍ରନ୍ ଭାରିଆଣ୍ଟର ସାତଟି ନୂଆ ମାମଲା ନିଶ୍ଚିତ ହୋଇଛି। ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ପୁଣେର ହୋଇଥିବାବେଳେ ଅବଶିଷ୍ଟ ୬ ଟି ମାମଲା ପିମ୍ପ୍ରି-ଚିଞ୍ଚୱାଡରୁ ରିପୋର୍ଟ ହୋଇଛି। ଏମାନଙ୍କ ମଧ୍ୟରୁ ତିନିଜଣ ବ୍ୟକ୍ତି ନାଇଜେରିଆରୁ ଭାରତକୁ ଫେରିଥିବାବେଳେ ତିନିଜଣ ସେମାନଙ୍କର ନିକଟତମ ଲୋକ, ଯାହାର ରିପୋର୍ଟ ପଜିଟିଭ ଆସିଛି ଏବଂ ନୂତନ ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ର ସରକାର ଏହି ସୂଚନା ଦେଇଛନ୍ତି।

ଏହି ସାତଟି ନୂଆ ମାମଲା ସହିତ ବର୍ତ୍ତମାନ ମହାରାଷ୍ଟ୍ରର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଠରେ ପହଞ୍ଚିଛି। ପ୍ରଥମ ମାମଲା ମୁମ୍ବାଇ ନିକଟ କଲ୍ୟାଣ ଡୋମ୍ବିଭଲିରୁ ଚିହ୍ନଟ ହୋଇଥିଲା, ଯେଉଁଠାରେ ନିକଟରେ ବିଦେଶରୁ ଫେରି ଆସିଥିବା ବ୍ୟକ୍ତି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ।

ଓମିକ୍ରନ୍ କେସ୍ କେଉଁଠାରେ କେତେ ଅଛି?:

ମହାରାଷ୍ଟ୍ରରେ ଆଠଟି ମାମଲା

କର୍ଣ୍ଣାଟକରେ ଦୁଇଟି ମାମଲା

ଗୁଜୁରାଟରେ ଗୋଟିଏ ମାମଲା

ଦିଲ୍ଲୀରେ ଗୋଟିଏ ମାମଲା

Related posts