Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୃଦ୍ ସମସ୍ୟା ଥିବା ୫ ମାସ ଶିଶୁର ସଫଳ ଅସ୍ତ୍ରୋପଚାର କଲେ ସମ୍ ହସ୍ପିଟାଲ୍‌ର ଡାକ୍ତର
ଆଜିର ଖବର

ହୃଦ୍ ସମସ୍ୟା ଥିବା ୫ ମାସ ଶିଶୁର ସଫଳ ଅସ୍ତ୍ରୋପଚାର କଲେ ସମ୍ ହସ୍ପିଟାଲ୍‌ର ଡାକ୍ତର

December 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି।

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ।

ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍‌ଫୁସ୍‌ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ। ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍‌ଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍‌ଫୁସ୍‌କୁ ଯାଇଥାଏ। ଏହା ଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ।

ଠିକ୍ ସମୟରେ ଚିକିତ୍ସା ନ କଲେ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ଉପାୟ ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନ୍‌ଭେନ୍ସନ କରାଯିବା ନେଇ ନିଷ୍ପତି ନିଆଯାଇଥାଏ ବୋଲି ସେ କହିଛନ୍ତି।

ଡାକ୍ତର ବେହେରା କହିଛନ୍ତି ଯେ, ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ରିୟା ତାଙ୍କ ନେତୃତ୍ୱରେ କରାଯାଇଥିଲା। କାର୍ଡିଆକ୍ ଟିମ୍‌ ସମେତ କାର୍ଡିଆକ୍ ଆନେସ୍‌ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍‌ସଲଟାଂଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ। ଶିଶୁଟି ଏହି ପ୍ରକ୍ରିୟା ହେବାର ଦୁଇ ଦିନ ପରେ ଡିସ୍‌ଚାର୍ଜ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ଡାକ୍ତର ବେହେରା କହିଛନ୍ତି।

ଶିଶୁ ପୁତ୍ର ସଫଳ ଅସ୍ତ୍ରୋପଚାର ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Latest News

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଅର୍ଥ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁଞ୍ଜିବ୍ୟୟ ଆହୁରି ବୃଦ୍ଧି କରିବାକୁ ଦେଲେ ପରାମର୍ଶ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.