
ଆମ୍ ଆଦ୍ମୀ ପାର୍ଟି ରବିବାର ଦିନ ହରିୟାଣା ପାଇଁ ୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଫରିଦାବାଦ ପାଇଁ ନବୀନ ଜୟହିନ୍ଦ, ଅମ୍ବାଲା ପାଇଁ ପୃଥ୍ବୀରାଜ ଓ କର୍ଣ୍ଣଲ୍ ପାଇଁ କ୍ରିଷ୍ଣନ କୁମାର ପ୍ରମୁଖଙ୍କ ନାମ ରହିଛି। ହରିୟାଣାରେ ଆସନ୍ତା ମେ ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଆପ୍ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ମେଣ୍ଟ ହେବା ନେଇ ଅସହମତି ପ୍ରକାଶ କରିଥିଲା। ଏଠାରେ ଆପ୍ ଜେଜେପି ସହିତ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ଜେଜେପି ତରଫରୁ ୭ଜଣ ଲଢିବାକୁ ଥିବାବେଳେ ଆପ୍ ପକ୍ଷରୁ ୩ଜଣ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି।