ପଞ୍ଚାୟତ ନିର୍ବାଚନ ସ୍ଥଗିତ କରିବାକୁ ନିଷ୍ପତ୍ତି: ରାଜ୍ୟପାଳଙ୍କ ନିକଟକୁ ପଠାଗଲା ପ୍ରସ୍ତାବ

Published: Dec 26, 2021, 2:22 pm IST

ଭୋପାଳ: ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିବାକୁ ମଧ୍ୟପ୍ରଦେଶ କ୍ୟାବିନେଟ ଅନୁମୋଦନ ଦେଇଛି। ନିର୍ବାଚନ ବାତିଲ କରିବାକୁ କ୍ୟାବିନେଟ ଏକ ପ୍ରସ୍ତାବ ଆଗତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛି। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ରାଜ୍ୟପାଳ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ସେ ରାଜ୍ୟ ନିର୍ବାଚନ ଆୟୋଗକୁ ନିର୍ବାଚନ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇପାରିବେ।

ଏହା ସହ ମଧ୍ୟପ୍ରଦେଶରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯାଉଥିବା ଦେଖାଯାଉଛି। କ୍ୟାବିନେଟ ବୈଠକ ପରେ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ପଞ୍ଚାୟତ ରାଜ୍ୟ ସଂଶୋଧନ ଅଧିନିୟମ ପ୍ରତ୍ୟାହାର କରୁଛନ୍ତି। ଏହାକୁ ନେଇ ବିଧାନସଭାରେ ଏକ ବିଧେୟକ ଆଗତ ହେବାର ଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ବର୍ତ୍ତମାନ ସରକାର ଏହି ଅଧିନିୟମକୁ ଫେରାଇବାକୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେବେ।

Related posts