ସାବଧାନ !! କଟକରୁ ଜବତ ହେଲା ନକଲି ଟମାଟୋ, ଚିଲି ସସ୍ ; ତିଆରି କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jan 14, 2022, 1:07 pm IST

କଟକ: ପୁଣି ଥରେ କଟକ ମାଲ ଗୋଦାମରୁ ଜବତ ହୋଇଛି ନକଲି ବା ଅପମିଶ୍ରଣ ଖାଦ୍ୟ। ଏଥର କଟକ ପୋଲିସ ଜବତ କରିଛନ୍ତି ନକଲି ଟମାଟୋ ଆଉ ଚିଲି ସସ୍। ଗତକାଲି ମାଲଗୋଦମ ପୋଲିସ ଏକ କାରଖାନା ଉପରେ ଚଢାଉ କରିଥିଲା। ଏହି ଚଢାଉ ବେଳେ ସେଠାରେ ନକଲି ସସ୍ ତିଆରି ହେଉଥିବାର ଜଣାପଡିଥିଲା।

ଫଳରେ ପୋଲିସ ସେଠାରୁ 608 ବୋତଲ ଟମାଟୋ ସସ୍, 712 ବୋତଲ ଚିଲ୍ଲି ସସ୍, 390 ବୋତଲ ଭିନିଗାର ଜବତ କରାଯାଇଛି। ଏଥିସହିତ 1500 ଲିଟର କଖାରୁ ରସ ଏବଂ ବିଭିନ୍ନ ରାସାୟନିକ କଲର ମଧ୍ୟ ଜବତ କରାଯାଇଛି। ତିନିଜଣଙ୍କୁ ପୋଲିସ ଗିରଫ କରିଛି।

ସୁତ୍ର ଅନୁସାରେ ସେଠାରେ ବହୁଦିନ ଧରି ବିଭିନ୍ନ ନକଲି ସସ ତିଆରି ଚାଲିଥିଲା। ହେଲେ ସେମାନେ ଏପରି ଭାବେ ତିଆରି କରିଥିଲେ ଯେ, କେହି ଜାଣିପାରୁ ନ ଥିଲେ। ଏମାନେ ବଜାରରୁ ପଚା ଓ ଭଲ କଖାରୁ ଆଣି ସେଥିରେ ରଂଗ ମିଶାଇ ବିଭିନ୍ନ ସସ ତିଆରି କରି ଆସୁଥିଲେ। ସେମାନେ କେତେକ ନାମଜାଦା କଂପାନୀର ଷ୍ଟିକର ଲଗାଇ ତାହାକୁ ବଜାରରେ ବିକ୍ରି କରୁଥିଲେ ବୋଲି ଜଣାପଡିଛି। ତେବେ ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି।

Related posts