ଦେଶରେ ୨ ଲକ୍ଷ ୭୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୪

Published: Jan 16, 2022, 10:09 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୭୧ ହଜାର ୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୩୧୪ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୩୮ ହଜାର ୩୩୧ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୭୫ ଲକ୍ଷ ୫୦ ହଜାର ୮୮୮ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୬ ହଜାର ୬୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୫୦ ଲକ୍ଷ ୮୫ ହଜାର ୭୨୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୫ ଲକ୍ଷ ୫୦ ହଜାର ୩୭୭ କୁ ବୃଦ୍ଧି ପାଇଛି।

Related posts