ନିର୍ଭୀକ ସାମ୍ବାଦିକତା ପାଇଁ ପ୍ରିୟରଂଜନ ସାହୁଙ୍କୁ ମିଳିଲା ନେତାଜୀ ରାଷ୍ଟ୍ରୀୟ ସମ୍ମାନ

Published: Jan 16, 2022, 6:04 pm IST

ଭୁବନେଶ୍ବର: ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ପୂର୍ବରୁ ଭୁବନେଶ୍ବରରେ ଉତ୍କଳ ଯୁବବିକାଶ ପରିଷଦ ତରଫରୁ ଜୟହିନ୍ଦ-2022 ପାଳିତ ହୋଇଛି। ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଅତିଥି ଭାବେ ଯୋଗଦେଇଥିଲେ।

ଏଥିରେ ସ୍ତମ୍ଭକାର ତୁଷାରକାନ୍ତ, ଉପସ୍ଥାପିକା ସୁପ୍ରିୟା ଦାସ, ପାରଂପାରିକ କୃଷି ପାଇଁ ଯୁବରାଜ ସ୍ବାଇଁ, ନିର୍ଭୀକ ସାମ୍ବାଦିକତା ପାଇଁ ପ୍ରିୟରଂଜନ ସାହୁଙ୍କୁ ନେତାଜୀ ସୁଭାଷ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଦୁଇଜଣ ମେଧାବ ଗରିବ ପିଲାଙ୍କୁ ଜୟହିନ୍ଦି ବୃତ୍ତି ଭାବେ 20 ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Related posts