Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ଛକାପଞ୍ଝା ଭିତରେ ଘୋଷଣା ହେଲା ବିଜେଡ଼ିର ଜିଲ୍ଲାପରିଷଦ ପ୍ରାର୍ଥୀ
ଆଜିର ଖବର

ଚିଲିକା: ଛକାପଞ୍ଝା ଭିତରେ ଘୋଷଣା ହେଲା ବିଜେଡ଼ିର ଜିଲ୍ଲାପରିଷଦ ପ୍ରାର୍ଥୀ

January 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଏଠି ବିଗତ କିଛି ମାସ ହେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି। ଯାହାଫଳରେ କର୍ମୀମାନେ ଦ୍ଵନ୍ଦ୍ଵରେ ରହିଆସିଛନ୍ତି। ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିଏ ଦେବ, ତାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିଛି।

ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ମାତ୍ର ଆଉ ଗୋଟାଏ ଦିନ ବାକିଥିବାବେଳେ ଦଳୀୟ ଜିଲ୍ଲା ପରିଷଦ ଟିକେଟକୁ ନେଇ କର୍ମୀଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା। ସେପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ ତାଙ୍କର ଆନୁଗତ୍ୟଙ୍କୁ ଟିକେଟ ଦେବାପାଇଁ ଦଳର ସୁପ୍ରିମୋଙ୍କ ନିକଟରେ ଲବି ଚଳାଇଥିବାବେଳେ ଅପରପକ୍ଷେ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ନିଜ ଆନୁଗତ୍ୟଙ୍କୁ ଟିକେଟ ଦେବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରିରଖିଥିଲେ। ପରିଶେଷରେ ଉକ୍ତ ଟିକେଟ ଯୁଦ୍ଧରେ ବାଜିମାତ କରିଛନ୍ତି ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହେଲେ ଗତକାଲି ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି।

ଗତକାଲି ରାତିରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ୬ ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା ହୋଇଛି। ୦୪ ନମ୍ବର ଜୋନରେ ମମତା ପାଇକରାୟ, ୦୫ନମ୍ବର ଜୋନରେ ରୀନା ବେହେରା, ୦୬ ନମ୍ବର ଜୋନରେ ସବିତା ସୁନ୍ଦରାୟ, ୧୩ ନମ୍ବର ଜୋନରେ ସସ୍ମିତା ପ୍ରଧାନ, ୧୪ ନମ୍ବର ଜୋନରେ ଲିଲି ବାଳା ଭୋଳ ଏବଂ ୧୫ ନମ୍ବର ଜୋନରେ ଗୋପୀନାଥ ମହାରଣାଙ୍କୁ ବିଜୁ ଜନତା ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀରୂପେ ଦଳୀୟ ଟିକେଟ ମିଳିଛି।

ତେବେ ଉକ୍ତ ସମସ୍ତ ପ୍ରାର୍ଥୀଙ୍କୁ ପୂର୍ବରୁ ବିଧାୟକ ଜଗଦ୍ଦେବଙ୍କ ସମର୍ଥନ ଥିବା ଜଣାପଡିଛି। ଏହି ଘୋଷଣାକୁ ସ୍ୱାଗତ କରିବା ସହ ନିର୍ବାଚନରେ ସଫଳତା କାମନା କରିଛନ୍ତି ବିଜୁ ଜନତା ଦଳର ସଂଗଠିକା ସ୍ୱାଗତିକା ଜଗଦ୍ଦେବ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ। ତେବେ ଉକ୍ତ ଟିକେଟ ଘୋଷଣା ପରେ ଦଳରେ ଅବହେଳିତ ଅବସ୍ଥାରେ ଥିବା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ଆଗାମୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କର ନଜର। ସେ ଦଳୀୟ ପ୍ରାର୍ଥୀଙ୍କୁ ପୁନଶ୍ଚ ୨୦୧୯ ବିଧାନସଭା ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନରେ ଜିତାଇବା ପାଇଁ ଅଣ୍ଟା ଭିଡ଼ିବେ ନା ନିଜର ଶକ୍ତି ପ୍ରଦର୍ଶନ କରି ନିଜ ଆନୁଗତ୍ୟ ପ୍ରାର୍ଥୀଙ୍କୁ ସ୍ୱାଧୀନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ତାହା ଦେଖିବାକୁ ବାକି ରହିଲା।

ଚିଲିକା ପ୍ରଶାନ୍ତ ଜଗଦ୍ଦେବ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.