Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଅସହାୟ ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହାୟ ହେଲା ଉତ୍କଳ ଆମ୍ବେଦକର ସମାଜ
ଆଜିର ଖବର

ବାଣପୁର: ଅସହାୟ ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହାୟ ହେଲା ଉତ୍କଳ ଆମ୍ବେଦକର ସମାଜ

January 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସେବା ହିଁ ଧର୍ମ। ମାନବ ସେବା ମାଧବ ସେବା। ପ୍ରତିଦିନ ଆମ ସମାଜରେ ଅନେକ ଅସହାୟ, ନିରାଶ୍ରୟ, ମାନସିକ ବିକାରଗସ୍ତ ଅଛନ୍ତି ଯେଉଁମାନେ କିଞ୍ଚିତ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଚାହିଁ ରହିଥାନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ। ଜଣେ ବୟସ୍କା ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଛି ବାଣପୁର ସ୍ଥିତ ଉତ୍କଳ ଆମ୍ବେଦକର ସମାଜ।

ଖବର ମୁତାବକ ବାଣପୁର ଅଞ୍ଚଳର ଜଣେ ମାନସିକ ବିକାରଗସ୍ତ ବୃଦ୍ଧା ପାନା ଦେଇ ଯାହାଙ୍କ ବୟସ ୯୦ ରୁ ଉର୍ଦ୍ଧ୍ଵ ହେବ। ଦୀର୍ଘବର୍ଷ ଧରି ଏନଏସି ଆହାର କେନ୍ଦ୍ର ନିକଟରେ ସେ ପଡ଼ି ରହିଛନ୍ତି। ତାଙ୍କୁ ଦୀର୍ଘ ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବାଣପୁର ବଜାରରୁ ଆଣି ଆହାର କେନ୍ଦ୍ର ନିକଟରେ ଥଇଥାନ ବ୍ୟବସ୍ଥା କରିଥିଲେ। ଏପରିକି ଆହାର କେନ୍ଦ୍ରରୁ ତାଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଦିଆଯାଉଥିଲା।

ନୂତନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ନିକଟରେ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହଯୋଗ କରିଥିବାର ଜଣାପଡିଛି। କିନ୍ତୁ ଧୀରେ ଧୀରେ ଉକ୍ତ ବ୍ୟବସ୍ଥା ସବୁ ଢିଲା ହେବାରେ ଲାଗିଛି। ପୁଣି ଅଲୋଡ଼ା ଅବଳେହିତ ହୋଇଯାଇଛନ୍ତି ପାନା ଦେଇ। ସେହିପରି ଭାବେ ଆହାର କେନ୍ଦ୍ର ନିକଟରେ ପଡିରହିଛନ୍ତି। ସ୍ଥାନୀୟ ସହୃଦୟ ବ୍ୟକ୍ତି କିଏ କେତେବେଳେ ପାନାଙ୍କୁ କିଞ୍ଚିତ ସହଯୋଗ କରି ଆସୁଛନ୍ତି।

ତେବେ ଉକ୍ତ ଦୃଶ୍ୟ ଉତ୍କଳ ଆମ୍ବେଦକର ସମାଜ, ବାଣପୁର ଶାଖାର କର୍ମକର୍ତାଙ୍କ ନଜରକୁ ଗତକାଲି ଆସିବା ପରେ ଆଜି ସକାଳୁ ସଂଗଠନର ସଦସ୍ୟମାନେ ପାନା ଦେଇଙ୍କ ନିକଟକୁ ଯାଇ ତାଙ୍କୁ ସ୍ନାନ କରାଇ, ଚୁଟି ଓ ନଖ କାଟିବା ସହ ତାଙ୍କୁ ସଫା ସୁତୁରା କରିଛନ୍ତି। ସେହିପରି ଭାବେ ତାଙ୍କୁ କମ୍ବଳ ଏବଂ ନୂତନ ବସ୍ତ୍ର ଦେବା ସହ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି।

ଉକ୍ତ ମହତ କାର୍ଯ୍ୟରେ ଉତ୍କଳ ଆମ୍ବେଦକର ସମାଜ, ବାଣପୁର ଶାଖାର ସଭାପତି ନରେନ୍ଦ୍ର ନାୟକ, ସମ୍ପାଦକ ନମିତା ନାୟକ, ଉପ ସଭାପତି ପ୍ରଭାକର ନାୟକ, ଉପଦେଷ୍ଟା ଦାଶରଥି ନାୟକ, ପରିଚାଳକ ମଦନ ପାତ୍ର ନାୟକ, ସହ ସମ୍ପାଦକ ରମାକାନ୍ତ ନାୟକ, ସଞ୍ଜୟ ପାତ୍ର, ଧିରେନ ନାୟକ, ରଞ୍ଜନ ନାୟକ, ଜିତୁ ନାୟକ, ଟିଟୁ ନାୟକ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ଥିଲେ। ପରିଶେଷରେ ଏନଏସି ପ୍ରଶାସନ କୁ ପାନା ଦେଇଙ୍କ ଦାଇତ୍ୱ ନେବାପାଇଁ ସଂଗଠନର କର୍ମକର୍ତ୍ତାମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Latest News

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026

ବାର ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.