ଶହୀଦ ଦିବସ ଉପଲକ୍ଷେ ଶିଳ୍ପ ବିଭାଗ କର୍ମଚାରୀଙ୍କ ନିରବ ପ୍ରାର୍ଥନା

Published: Jan 30, 2022, 3:25 pm IST

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗର ସମ୍ମିଳନୀ କକ୍ଷଠାରେ ଶହୀଦ ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କୁ ନେଇ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଜି ଦିବସର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବଳିଦାନ, ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମ ଓ ସର୍ବୋପରି ରାଷ୍ଟ୍ରଗଠନରେ ତାଙ୍କର ଭୂମିକାର ସ୍ମୃତିଚାରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ପ୍ରଦୀପ କୁମାର କୁଅଁର, ଉପସଚିବ ଅଶୋକ କୁମାର ରାଉତରାୟ, କେଶବ ଚନ୍ଦ୍ର ସାହୁ, ପ୍ରବୀଣ କୁମାର ପତି ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts