
ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିପକ୍ଷରେ ଏକ ଜାମିନ ବିହୀନ ପରଓ୍ବାନା ଜାରି କରିଛନ୍ତି। ଏମାନଙ୍କ ସହିତ ସ୍ବରାଜ ଇଣ୍ଡିଆ ଦଳର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ନାମରେ ମଧ୍ୟ ପରଓ୍ବାନା ଜାରି କରାଯାଇଛି। ଏହି ତିନି ଜଣଙ୍କ ବିରୋଧରେ ୨୦୧୩ରେ ରହିଥିବା ଏକ ଅପରାଧିକ ମାମଲା ଉପରେ ବିଚାର କରି କୋର୍ଟ ଏହି ଆଦେଶ ଶୁଣାଇଛନ୍ତି। ତିନି ଜଣଙ୍କ ବିରୋଧରେ ଜାରି ହୋଇଥିବା ଏନ୍ବିଡବ୍ଲ୍ୟୁ ର ଉତ୍ତର ନଦେବା ପରେ ମାଜିଷ୍ଟ୍ରେଟ୍ ସମର ବିଶାଲ ଏହି ଆଦେଶ ଦେଇଛନ୍ତି। ଏପ୍ରିଲ୍ ୨୯ରେ ମାମଲାର ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ଦିଲ୍ଲୀର ଜନୈକ ଓକିଲ ସୁରେନ୍ଦ୍ର କୁମାର ଶର୍ମା ଏହି ମାମଲା ଦାୟର କରିଥିଲେ। ଶର୍ମାଙ୍କୁ ଦଳୀୟ ଟିକଟ ଦିଆଯିବା ପରେ ସେ ନାମାଙ୍କନ ଦାଖଲ କରିଥିଲେ ଏଆଂ ପରବର୍ତ୍ତୀ ସମୟରେ ତାଙ୍କର ଟିକଟ ପ୍ରତ୍ୟାହର କରି ନିଆଯାଇଥିଲା। ଏହା ତାଙ୍କର ସମ୍ମାନ ହାନି କରିଥିବା ନେଇ ସେ ମାମଲା ଦାଏର କରିଥିଲେ।