ବିବାଦୀୟ କୋଟିଆ ଅଞ୍ଚଳରେ ହେଲା ପଞ୍ଚାୟତ ଭୋଟ, ୭୬.୩ ପ୍ରତିଶତ ମତଦାନ

Published: Feb 19, 2022, 12:23 am IST

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଂଜରେ ଆଜି ପଞ୍ଚାୟତ ଭୋଟ ଗ୍ରହଣ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଛି। ପୂର୍ବାହ୍ନ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁସାରେ କୋଟିଆ ପଞ୍ଚାୟତରେ ୭୬.୩ ପ୍ରତିଶତ ମତଦାନ ହୋଇଛି।

ପୂର୍ବରୁ ଏହି ସ୍ଥାନରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା। ହେଲେ ଓଡିଶାର ବିରୋଧ ପରେ ତାହା ହୋଇପାରି ନ ଥିଲା। ଏପରିକି କୋର୍ଟ ନିର୍ଦ୍ଦେଶ ପରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ହୋଇପାରି ନ ଥିଲା। ଏହାକୁ ନେଇ ଉଭୟ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଓଡିଶା ଏହାର ପଞ୍ଚାୟତ ନିର୍ବାଚନ କରିଥିବାରୁ ଏହି ବିବାଦ ଥମିବ ବୋଲି ଆଶା କରାଯାଉଛି।

(ଏଥିରେ ଥିବା ଫଟୋଟି କୋଟିଆ ଅଞ୍ଚଳର ଏକ ବୁଥରୁ ଉତ୍ତୋଳନ କରାଯାଇଛି। )

Related posts