ପାଖେଇଲା ବିଏମସି ନିର୍ବାଚନ, ବିଜେପି ଛାଡି ବିଜେଡିରେ ଯୋଗଦେଲେ ଶତାଧିକ କର୍ମି

Published: Feb 26, 2022, 11:50 pm IST

ଭୁବନେଶ୍ବର:  ଶନିବାର ଭୁବନେଶ୍ୱର ମଧ୍ୟ ବିଧାୟକଙ୍କ ସରକାରୀ ବାସଭବନରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ବିକାଶ ଧାରା ଏବଂ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନଙ୍କ ନେତୃତ୍ୱ ରେ ୱାର୍ଡ 40 ଓ 41 ଅନ୍ତର୍ଗତ ୟୁନିଟ 1,2,3 ଏବଂ ବାପୁଜୀ ନଗର ଅଞ୍ଚଳ ର 300 ରୁ ଉର୍ଦ୍ଧ ବିଜେପି କର୍ମୀ ଓ ସଭ୍ୟ ବିଜେପି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେଡି ରେ ଯୋଗ ଦେଇଛନ୍ତି।

ବନଦୁର୍ଗା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଆକାଶ ପଟ୍ଟନାୟକ, ବନଦୁର୍ଗା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଭଦ୍ରା ନାୟକ, ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ନୀଳକଣ୍ଠ ରେଡ୍ଡୀ, ବରିଷ୍ଠ ବିଜେପି କର୍ମୀ ସହଦେଵ ନାୟକ, ଆସିୟା ବେଗମ,ବିଶ୍ୱରଂଜନ ସିଙ୍ଗ, ପ୍ରଶାନ୍ତ ମହାରଣା, ସୁକାନ୍ତ ଓଝା, ଦୀପକ ସାହୁ, ସୁରେଶ ବାରିକ, କେ ଶ୍ରୀନିବାସ ରାଓ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡି ରେ ସାମିଲ ହୋଇ ନେତ୍ରୁ ବୃନ୍ଦଙ୍କ ସହଯୋଗ ଓ ନିର୍ଦ୍ଦେଶରେ ବିନା ଦ୍ବିଧାରେ ଦଳ ସହ ମନ ପ୍ରାଣ ଢାଳି କାର୍ଯ୍ୟ କରିବେ ବୋଲି ବ୍ୟକ୍ତ କରିଥିଲେ।

Related posts