ଦେଶରେ ୧୦ ହଜାର ତଳକୁ ଖସିଲା ଆକ୍ରାନ୍ତ, କରୋନଜନିତ ମୃତ୍ୟୁ ସଂଖ୍ୟା ୧୧୯

Published: Feb 28, 2022, 10:33 am IST

ନୂଆଦିଲ୍ଲୀ: ଦେଶରେ ଆଜି ୮ ହଜାର ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ମଧ୍ୟ ଆଉ ୧୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୩୪ ହଜାର ୧୩୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୩ ହଜାର ୮୪୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୧୬ ହଜାର ୭୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୩ ଲକ୍ଷ ୭ ହଜାର ୭୮୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୨ ହଜାରକୁ ୬୦୧ ବୃଦ୍ଧି ପାଇଛି।

Related posts