ପୌର ନିର୍ବାଚନରେ ଶହେ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ହେଲା ନାକଚ

Published: Mar 10, 2022, 7:40 am IST

ଭୁବନେଶ୍ବର: ଓଡିଶା ପୌର ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଶେଷ ହୋଇଛି। ଏଥିରେ ମୋଟ ଶହେ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଛି। ବିଭିନ୍ନ କାରଣରୁ ଏହି ନାମାଙ୍କନ ପତ୍ରକୁ ନିର୍ବାଚନ କମିଶନର ନାକଚ କରିଛନ୍ତି। ସେମାନଙ୍କ ମଧ୍ୟରେ 22 ଜଣ ମେୟର ଏବଂ ଅଧ୍ୟକ୍ଷ ପ୍ରାର୍ଥୀ ରହିଛନ୍ତି। ସେହିପରି 78 ଜଣ କରପୋରେଟର ଓ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟର ସୂଚନା ଅନୁସାରେ ବର୍ତ୍ତମାନ ମେୟର ଏବଂ ଅଧ୍ୟକ୍ଷ ପାଇଁ 671 ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଛି। ସେହିପରି ମୋଟ 6381 ଜଣ କରର୍ପୋରେଟର ଏବଂ କାଉନସିଲର ପ୍ରାର୍ଥୀପତ୍ର କାୟମ ରହିଛି।

Related posts