Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ୱାରା କିଡ୍‌ନୀ ସମସ୍ୟା ଦୂର କରିହେବ: ବିଶେଷଜ୍ଞ
ଆଜିର ଖବର

ସୁସ୍ଥ ଜୀବନଶୈଳୀ ଓ ଯୋଗାଭ୍ୟାସ ଦ୍ୱାରା କିଡ୍‌ନୀ ସମସ୍ୟା ଦୂର କରିହେବ: ବିଶେଷଜ୍ଞ

March 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କିଡ୍‌ନୀ ଜନିତ ରୋଗ ବର୍ତ୍ତମାନ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହା ଦ୍ୱାରା ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପଡୁଛି। ତେଣୁ ସୁସ୍ଥ ଜୀବନଶୈଳୀ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଏହି ରୋଗକୁ ଦୂର କରିହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍  ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ଯେ ଜଟିଳ କିଡ୍‌ନୀ ରୋଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଏ ଦିଗରେ ସଚେତନତାର ଆବଶ୍ୟକତା ରହିଛି।

ସମ୍ ହସ୍ପିଟାଲ୍‌ର ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସୁରେନ୍ ଦାସ କହିଥିଲେ ଯେ ଦେଶରେ ପ୍ରତ୍ୟେକ ବର୍ଷ ପ୍ରାୟ ୨ ଲକ୍ଷ ଲୋକ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ରୋଗୀଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପ୍ରାୟ ୨୫ ହଜାର ରୋଗୀଙ୍କର କିଡ୍‌ନୀ ଡାୟଲିସିସ୍ ଓ ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ୁଛି। ତେବେ ଜୀବନଶୈଳୀରେ ପରିବର୍ତନ, ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ଏହି ରୋଗ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।

ଆଗାମୀ ୨୦୪୦ ସୁଦ୍ଧା ବିଶ୍ୱରେ କିଡ୍‌ନୀ ଜନିତ ସମସ୍ୟା ୫ମ ରୋଗ ଭାବେ ମୃତ୍ୟୁର ମୁଖ୍ୟ କାରଣ ପାଲଟିବ ବୋଲି କହିବା ସହ ସୁସ୍ଥ ଜୀବନଶୈଳୀ ଏବଂ ଧୂମ୍ରପାନକୁ ପରିତ୍ୟାଗ କଲେ ହିଁ ଏହି ସମସ୍ୟାରୁ ମୁକୁଳି ହେବ ବୋଲି ନେଫ୍ରୋଲୋଜି ବିଭାଗର ପ୍ରଫେସର ତାପସ ରଞ୍ଜନ ବେହେରା କହିଥିଲେ।

ପ୍ରାୟ ୭୦ ରୁ ୮୦ ପ୍ରତିଶତ କିଡ୍‌ନୀ ଜନିତ ରୋଗୀଙ୍କ ନିକଟରେ ପ୍ରାଥମିକ ସ୍ତରରେ ଲକ୍ଷଣ ଦେଖାଯାଇ ନଥାଏ। ତେଣୁ ରୋଗ ଚିହ୍ନଟ ପାଇଁ ନିୟମିତ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ନେଫ୍ରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବ ପ୍ରସାଦ କର କହିଥିଲେ।

ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡାକ୍ତର ବିଶ୍ୱ ରଞ୍ଜନ ମହାନ୍ତି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ମାସକୁ ପ୍ରାୟ ୧୪୦୦ କିଡ୍‌ନୀ ରୋଗୀଙ୍କର ଡାଏଲିସିସ୍‌ କରାଯାଉଥିବା ବେଳେ ରେନାଲ୍ ବାୟୋପ୍ସିର ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏ ନେଇ ସେ ସମଗ୍ର ବିଭାଗକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ନର୍ସିଂ ସୁପରିନଟେଣ୍ଡେନ୍‌ଟ ଶ୍ରୀମତୀ ମିନତୀ ମିଶ୍ର, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଡାକ୍ତର ସମୀର ସାମଲ୍‌, ନେଫ୍ରୋ ପାଥୋଲୋଜି ବିଭାଗର ଡାକ୍ତର ନିବେଦିତା ସାହୁ ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ରାହୁଲ୍‌ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ବିଶ୍ୱ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡାକ୍ତର ବିଶ୍ୱଜିତ ମହାପାତ୍ର ସଂଯୋଜନା କରିଥିଲେ। ଏହି ଅବସରରେ ବିଭାଗୀୟ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଶେଷଜ୍ଞ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Latest News

ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

July 24, 2026

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.