
ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଓଡ଼ିଶାରେ ତା’ର ନିର୍ବାଚନୀ ପ୍ରଚାର ପୂରା ଜୋର୍ସୋର୍ରେ କରି ଚାଲିଛି। ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶାଗସ୍ତ କରିଛନ୍ତି। ଏହି ଅବସରରେ କଂଗ୍ରେସ ଏବଂ ବିଜେଡିକୁ କଡା ସମାଲୋଚନା କରିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହା। ସେ ମୟୁରଭଞ୍ଜ ମୋରଡାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ଅମିତ କହିଛନ୍ତି ଯେ, ସାରା ଦେଶରେ ମୋଦୀ ଲହର ଦେଖାଦେଇଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ମୟୁରଭଞ୍ଜବାସୀ ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଛନ୍ତି। ମୋଦୀଙ୍କୁ ଓଡିଶାର ବିକାଶ ପାଇଁ ମଜବୁତ ହାତ ଦରକାର। ଅଣଓଡିଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ ବୋଲି କହିଛନ୍ତି ଶାହା। ବିଜେପି ସରକାରର ଗୁଣଗାନ କରିବା ସହିତ ଓଡ଼ିଶାରେ ବିଜେପି ସରକାର ଆସିଲେ କ’ଣ କ’ଣ କରିବେ ସେ ବିଷୟରେ କହିଛନ୍ତି ଶାହା। ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରମିକ ଏବଂ କୃଷକଙ୍କୁ ପେନସନ ଦେବ। ୧ହଜାର କୋଟି ମହାନଦୀ ପାଇଁ ଖର୍ଚ୍ଚ ହେବ। ଜଳସେଚନ ହେବ। ପ୍ରତି ଘରେ ରୋଜଗାର ରହିବ। ଯୁବକଙ୍କୁ ବ୍ୟବସାୟ ପାଇଁ ଲୋନ ଦିଆଯିବ। ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯିବ। କେନ୍ଦୁପତ୍ରରୁ ଜିଏସଟି ଛାଡ ହେବ। ମୁଣ୍ଡାରୀ ଏବଂ ହୋ ଭାଷାକୁ ସମ୍ବିଧାନରେ ସାମିଲ କରାଯିବ ବୋଲି କହିଛନ୍ତି ଶାହା। ଓଡ଼ିଶାରେ ପରିବର୍ତ୍ତନ ପାଇଁ ସେ ବିଜେପିକୁ ଭୋଟ ଦେବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି।