ବିଶ୍ଵକୁ ଭୟଭୀତ କଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୮ ହଜାରରୁ ଉର୍ଦ୍ଧ୍ଵ ମାମଲା ଚିହ୍ନଟ

Published: Apr 3, 2022, 12:40 pm IST

ସାଂଘାଇ: ସମଗ୍ର ବିଶ୍ୱରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି। ସାଂପ୍ରତିକ ସମୟରେ ଚାଇନାରେ କରୋନା ସଂକ୍ରମଣର ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ୧୩ ହଜାର ୧୪୬ କୋଭିଡ ମାମଲା ରିପୋର୍ଟ ହୋଇଛି, ଯାହା ପ୍ରାୟ ଦୁଇ ବର୍ଷ ପୂର୍ବେ ପ୍ରଥମ ତରଙ୍ଗର ଶିଖରରୁ ସର୍ବାଧିକ ସଂଖ୍ୟକ ମାମଲା ଅଟେ। ଗୋଟିଏ ଦିନରେ ସାଂଘାଇରେ ଏକ ରେକର୍ଡ ୮ ହଜାର ୨୨୬ ମାମଲା ପଞ୍ଜିକୃତ ହୋଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏହି ସୂଚନା ଦେଇଛନ୍ତି।

ଓମିକ୍ରନ୍ ଭ୍ୟାରିଏଣ୍ଟ ଦେଶର ଅନେକ ପ୍ରଦେଶରେ ବ୍ୟାପିଛି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଏକ ବିବୃତ୍ତିରେ କୁହାଯାଇଛି ଯେ, ସଂକ୍ରମଣ ହେତୁ କୌଣସି ନୂତନ ମୃତ୍ୟୁ ଖବର ହୋଇନାହିଁ। ଏଥି ସହିତ, ସାଂଘାଇରେ ପୁଣି ଥରେ ଲକଡାଉନ୍ ବୃଦ୍ଧି କରାଯାଇଛି।

Related posts