ଭୁବନେଶ୍ବର କାର୍ଯ୍ୟାଳୟରେ ପାଳିତ ହେଲା ବିଜେପି ପ୍ରତିଷ୍ଠା ଦିବସ

Published: Apr 6, 2022, 11:42 pm IST

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପାଳିତ ହୋଇଛି ଭାରତୀୟ ଜନତା ପାର୍ଟିର 42ତମ ପ୍ରତିଷ୍ଠା ଦିବସ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ଦଳିୟ ପତାକା ଉତ୍ତୋଳନ କରି ଏହି ଉଦବୋଧନ ଦେଇଥିଲେ।

ଏଥିରେ ଆଜି ଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଧରି ପାର୍ଟି କର୍ମିମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ଅନିତା ଶୁଭଦର୍ଶନୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ଓ ଗୋଲକ ମହାପାତ୍ର, ବରିଷ୍ଠ ନେତା ଶାରଦା ଶତପଥୀ, ଭୁବନାନନ୍ଦ ତ୍ରିପାଠୀ, ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ବିରଂଚି ନାରାୟଣ ତ୍ରିପାଠୀ, ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ରାଜେନ୍ଦ୍ର
ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related posts