
ଭୁବନେଶ୍ବର: ଆଜି ସାରା ଓଡିଶା ତତଲା କଡେଇରେ ଭାଜି ହେବା ପରି ସ୍ଥିତି ଉପୁଜିଛି। କାରଣ ଆଜି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ନାହିଁ ନ ଥିବା ବୃଦ୍ଧି ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କରିଛି ସୋନପୁରର ତାତି। ଏହି ସହରର ଆଜିର ତାପମାତ୍ରା ଥିଲା 44.2 ଡିଗ୍ରୀ। ଯାହା ଚଳିତ ବର୍ଷର ସର୍ବାଧିକ ବୋଲି କୁହାଯାଉଛି।
ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର 4ଟି ସହରର ତାପମାତ୍ରା 42 ଡିଗ୍ରୀ ଉପରେ ରହିଛି। ସେଗୁଡିକ ହେଲା ବାରିପଦା, ଝାରସୁଗୁଡା, ବଲାଙ୍ଗୀର ଏବଂ ବୌଦ୍ଧ। ସେତିକି ନୁହେଁ 5ଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି। ସେହିପରି ଛଅଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି।
ଆଜି ବୈଶାଖ ମାସ ଆରମ୍ଭରୁ ଯଦି ଏପରି ତାତି ଅନୁଭୂତ ହେଉଛି, ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭବନା ମଧ୍ୟ ରହିଛି।