Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭାରତୀୟ ବିଜ୍ଞାନ ସଂସ୍ଥା (ଆଇଆଇଏସସି), ବେଙ୍ଗାଲୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତିର କଳ୍ପନା ଏବଂ ଯଥାର୍ଥତାକୁ ବାସ୍ତବ ରୂପ ଦେବା ପାଇଁ ପଥ ପରିଷ୍କାର କରୁଥିବା ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌)ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ବିଜ୍ଞାନ ସଂସ୍ଥା, ବେଙ୍ଗାଲୁରୁ ସହ ଜଡ଼ିତ ସିଭି ରମଣ, ଡ଼. ହୋମି ଭାବା, ବିକ୍ରମ ସାରାଭାଇ, ଡ଼ା. ଏପିଜେ ଅବଦୁଲ କଲାମଙ୍କ ଭଳି ଅନେକ ପ୍ରତିଭାବାନ ବ୍ୟକ୍ତି ଦେଶର ଭାଗ୍ୟ ପରିବର୍ତ୍ତନ କରିଛନ୍ତି। ଏଭଳି ଏକ ସ୍ଥାନରେ ଆମର ଭବିଷ୍ୟତର ଦସ୍ତାବିଜକୁ ଶୁଭାରମ୍ଭ କରିବା ଗୌରବର ବିଷୟ। ଯଦି ଜାତୀୟ ଶିକ୍ଷା ନୀତି ହେଉଛି ସିଦ୍ଧାନ୍ତ ତେବେ ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନସିଏଫ ହେଉଛି ପଥ ପ୍ରଦର୍ଶକ ଏବଂ ଆଜି ଉନ୍ମୋଚିତ ହୋଇଥିବା ଆଧିକାରିକ ନିର୍ଦ୍ଦେଶ ପତ୍ର ହେଉଛି ଏହାର ସମ୍ବିଧାନ ଯାହା ଆମ ଭବିଷ୍ୟତର ସଭ୍ୟତା ଉପରେ ସକରାତ୍ମକ ପ୍ରଭାବ ପକାଇବ। ଏହି ଆଧିକାରିକ ନିର୍ଦ୍ଦେଶାବଳି ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବାରେ ସାହାଯ୍ୟ କରିବ। ଶିଶୁଙ୍କ ସାମଗ୍ରିକ ବିକାଶ କରିବା ଦକ୍ଷତା ଉପରେ ଗୁରୁତ୍ୱ ଦେବ। ସେହିପରି ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବ।

ଏହି ଆଧିକାରିକ ନିର୍ଦ୍ଦେଶ ପତ୍ର ଆବଶ୍ୟକୀୟ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଉପନିବେଶୀକରଣ କରିବାରେ ଏକ ବିଶେଷ ପଦକ୍ଷେପ। ଜାତୀୟ ପାଠ୍ୟକ୍ରମ ରୂପରେଖ ସର୍ବସମ୍ମତ ଏବଂ ବୈଜ୍ଞାନିକ ଫ୍ରେମୱାର୍କ ; ଯାହା ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, କ୍ରିଟିକାଲ ଥିଙ୍କିଂକୁ ବିକଶିତ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷା ଲାଭ କରିବାକୁ ଗୁରୁତ୍ୱ ଦେଉଅଛି। ସମସ୍ତ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଆମକୁ ଏକ ଇକୋସିଷ୍ଟମ ତିଆରି କରିବାକୁ ପଡ଼ିବ। ଜାତୀୟ ପାଠ୍ୟକ୍ରମ ରୂପରେଖକୁ ବିକଶିତ କରିବା ନିରନ୍ତର ପ୍ରକ୍ରିୟା ଏବଂ ଏହା ସମାଜର ଦସ୍ତାବିଜ। ରାଷ୍ଟ୍ରୀୟ ଶିକ୍ଷା ନୀତି ଉପରେ ଆଧାରିତ ଏହି ଡକ୍ୟୁମେଂଟ୍ ବିଶ୍ୱର ପ୍ରଗତିଶୀଳ ଅର୍ଥନୀତି ପାଇଁ ଏକ ବେଂଚ୍ ମାର୍କ ସ୍ଥାପନ କରିବ। ଏକ ଗତିଶୀଳ ଓ ପ୍ରଗତିଶୀଳ ନୀତି ବିକଶିତ କରିବା, ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଦେଶର ନାଗରିକଙ୍କ ମତାମତ କିପରି ଦେବେ ସେ ନେଇ ଏକ ଆପ୍ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆଧିକାରିକ ନିର୍ଦ୍ଦେଶ ପତ୍ର ଦ୍ୱାରା ଜାତୀୟ ପାଠ୍ୟକ୍ରମର ରୂପରେଖ ଏନସିଏଫ୍ ବିକଶିତ କରାଯିବ। ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ଏବଂ ପୁନଶ୍ଚ ଜାତୀୟ ସ୍ତର ପର୍ଯ୍ୟନ୍ତ ହେବ। ଜାତୀୟ ପାଠ୍ୟକ୍ରମର ରୂପରେଖର ବିକାଶ ପାଇଁ ସ୍ଥିତି ପତ୍ରର ଗାଇଡଲାଇନ୍ ଏହି ଆଧିକାରିକ ନିର୍ଦ୍ଦେଶ ପତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ।

ଏହି ଅବସରରେ ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଂଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ୱଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ପ୍ରମୁଖ ଉପସ୍ଥିତ ରହିଥିଲେ।

ଆଧିକାରିକ ନିର୍ଦ୍ଦେଶ ପତ୍ର ଜାତୀୟ ପାଠ୍ୟକ୍ରମ ରୂପରେଖ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.