ସେ ଅଛନ୍ତି ଡେପୁଟି ମେୟର, ହେଲେ ତାଙ୍କ ଘର ଉଚ୍ଛେଦ ପାଇଁ ଆସିଲା ନୋଟିସ

Published: May 3, 2022, 3:20 pm IST

କଟକ: ସେ ହେଉଛନ୍ତି କଟକର ଡେପୁଟି ମେୟର। ତାଙ୍କ ନାମ ହେଲା ଦମୟନ୍ତି ମାଝି। ସେ କଟକ ଜଗତପୁର ବସ୍ତିରେ ରହୁଛନ୍ତି। ଗତକାଲି ତାଙ୍କ ଘରେ ଇଡକୋ ତରଫରୁ ନୋଟିସ ମରାଯାଉଛି। ସେଥିରେ ଉଲ୍ଲେଖ ରହିଛି ଯେ, ତାଙ୍କ ଘର ଉଚ୍ଛେଦ କରାଯିବ। ବସ୍ତି ଉଚ୍ଛେଦ ପକ୍ରିୟାରେ ତାଙ୍କ ଘର ମଧ୍ୟ ସାମିଲ ରହିଛି।

ଏପରି ନୋଟିସ ପାଇବା ପରେ କଟକ ରାଜନୀତି ବେଶ ସରଗରମ ହୋଇପଡିଛି। ଦମୟନ୍ତି କମ ବୟସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡେପୁଟି ମେୟର କରିଛନ୍ତି। ଅଳ୍ପ ଦିନ ତଳେ ସେ ଶପଥ ନେଇଛନ୍ତି। ଏପରି ପରିସ୍ଥିତିରେ ଇଡକୋ ତରଫରୁ ଏହି ନୋଟିସ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଏହି ପରିସ୍ଥିତିକୁ ଥଣ୍ଡା କରିବା ପାଇଁ କଟକ ମେୟର ସୁବାସ ସିଂ ସାମାନ୍ୟ ପାଣି ଢାଳିଛନ୍ତି। ସେ କହିଛନ୍ତି ଯେ, ବସ୍ତି ଉଚ୍ଛେଦକୁ ଆମେ ଘୋର ବିରୋଧ କରୁ। ଡେପୁଟି ମେୟର ଏବଂ ସେହି ବସ୍ତିର ଘର କିପରି ସୁରକ୍ଷିତ ରହିବ ସେ ନେଇ ଆମର ଆଲୋଚନା ଜାରୀ ରହିଛି।

Related posts