କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତ୍ବ ବିବାଦ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। ରାଜ୍ୟସଭା ସାଂସଦ ଡ. ସୁବ୍ରମଣ୍ୟମ ସ୍ବାମୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ ଗୃହ ମନ୍ତ୍ରାଳୟ ମଙ୍ଗଳବାର ରାହୁଲଙ୍କୁ ନୋଟିସ୍ ଜାରି କରିଛି। ସ୍ବାମୀଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ୟୁକେର ରେଜିଷ୍ଟର ହୋଇଥିବା ଏକ କମ୍ପାନୀ ବ୍ୟାକ୍ଅପ୍ସରେ ରାହୁଲ ନିଜକୁ ବ୍ରିଟିଶ୍ ନାଗରିକ ଭାବରେ ଦର୍ଶାଇଛନ୍ତି। ୨୦୦୩ ରେ ଏହି କମ୍ପାନୀର ନିର୍ଦ୍ଦେଶକ ପଦବୀରେ ରହିଥିବା ରାହୁଲ ନିଜକୁ ବ୍ରିଟିଶ ନାଗରିକ ଦର୍ଶାଇଥିଲେ। ଏହା ସହିତ ୨୦୦୫ ଏବଂ ୨୦୦୬ ରେ ଆୟକର ଦାଖଲରେ ମଧ୍ୟ ରାହୁଲ ନିଜକୁ ବ୍ରିଟିଶ ନାଗରିକ ଭାବରେ ଦର୍ଶାଇବା ସହିତ ନିଜର ଜନ୍ମ ତାରିଖ ଜୁନ୍ ୧୯, ୧୯୭୦ ଦର୍ଶାଇବା ସହିତ ନିଜକୁ ବ୍ରିଟିଶ ନାଗରିକ ଭାବରେ ଅଭିହିତ କରିଥିଲେ ରାହୁଲ। ୨୦୦୯ରେ କମ୍ପାନୀରୁ ଅଲଗା ହେବା ପାଇଁ ଆବେଦନ କରିବା ସମୟରେ ମଧ୍ୟ ନିଜକୁ ବ୍ରିଟିଶ ନାଗରିକ ଭାବେ ଦର୍ଶାଇଥିଲେ ରାହୁଲ। ଏହି ସମସ୍ତ ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେବା ନିମନ୍ତେ ରାହୁଲଙ୍କୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ପୂର୍ବରୁ ବିଜେପି ସାଂସଦ ଜିଭିଏଲ୍ ନରସିହଂ ରାଓ ମଧ୍ୟ ରାହୁଲଙ୍କ ନାଗରିକତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ।