ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖ ଦିନ ବ୍ରଜରାଜନଗର ବିଧାୟକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବିଧାୟକ ପାର୍ଥି ଚୟନ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।
ଉକ୍ତ କମିଟି ରେ ପିସିସି ଉପସଭାପତି ଯଜ୍ଞଶ୍ୱର ବାବୁ ଅଧ୍ୟକ୍ଷ ରହି ଥିବାବେଳେ ଝାରସୁଗୁଡା ଜିଲ୍ଲା ସଭାପତି ଭରତ ଅବସ୍ତି ଆବାହକ ରହିଛନ୍ତି। ସେହିପରି ଉକ୍ତ କମିଟିରେ ସମ୍ବଲପୁର ଜିଲ୍ଲା ସଭାପତି ଅଶ୍ବିନୀ ଗୁରୁ,ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁ ମାଧବ ତ୍ରିପାଠୀ,ବରଗଡ଼ ସାଂସଦ ପାର୍ଥି ପ୍ରଦୀପ ଦେବତା ସଭ୍ୟ ଭାବେ ରହିଛନ୍ତି। ଉକ୍ତ କମିଟି ଆଜି ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରି ଆସନ୍ତା ୮ ତାରିଖ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।


