ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପୁଣି ଥରେ ଦର୍ଶକଙ୍କ ସାମ୍ନାଙ୍କୁ ଆସିବାକୁ ଯାଉଛନ୍ତି । ବହୁତ୍ ଶୀଘ୍ର ରାଣୀ ‘ମର୍ଦ୍ଦାନୀ୨’ ନେଇ ତାଙ୍କ ପ୍ରଶଂସକଙ୍କ ନିକଟକୁ ଫେରୁଛନ୍ତି । ଏହି ଫିଲ୍ମର ଫାଷ୍ଟ ଲୁକ୍ ଏବେ ସାମ୍ନାକୁ ଆସିଛି । ଏଥିରେ ରାଣୀ ପୋଲିସ୍ କଷ୍ଟ୍ୟୁମ୍ରେ ନଜର ଆସିଛନ୍ତି । ରାଣୀଙ୍କର ଏହି ଲୁକ୍ଟି ଇମ୍ପ୍ରେସିପ୍ ରହିଛି । ୨୦୧୪ ମସିହାରେ ରିଲିଜ୍ ହୋଇଥିବା ‘ମର୍ଦ୍ଦାନୀ’ର ଏହି ଫିଲ୍ମଟି ହେଉଛି ସିକ୍ବେଲ୍ । ପୂର୍ବ ଫିଲ୍ମରେ ବି ରାଣୀ ଜଣେ ଦବଙ୍ଗ୍ ପୋଲିସ୍ ଅଫିସ୍ର ଭୂମିକାରେ ନଜର ଆସିଥିଲେ । ଏହି ରୋଲ୍ଟିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଗୋପୀ ପୁଥରନ୍ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି । ଫିଲ୍ମର ପ୍ରଥମ ଭାଗଟିକୁ ପ୍ରଦୀପ ସରକାର ନିର୍ଦ୍ଦେଶନା ଦେଇଥିଲେ । ବିବାହ ପରେ ରାଣୀ ଅଧିକାଂଶ ସମୟ ପରିବାର ଓ ଝିଅ ସହିତ ବିତାଉଛନ୍ତି । ୨୦୧୮ରେ ରାଣୀଙ୍କ ଅଭିନୀତ ‘ହିଚିକ୍’ ପରଦାକୁ ଆସିଥିଲା । ଏଥିରେ ରାଣୀଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଛି ।