Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର ମୁମ୍ବାଇକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବୀ କଲା ବମ୍ବେ ଓଡ଼ିଆ ମହାସଂଘ
ଆଜିର ଖବର

ଭୁବନେଶ୍ବର ମୁମ୍ବାଇକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବୀ କଲା ବମ୍ବେ ଓଡ଼ିଆ ମହାସଂଘ

May 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ମୁମ୍ବାଇକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବୀ କଲା ବମ୍ବେ ଓଡ଼ିଆ ମହାସଂଘ

ଭୁବନେଶ୍ୱର : ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି । କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି । ପ୍ରତିଦିନ ଓଡ଼ିଶାବାସୀ ଟ୍ରେନ୍ ଯୋଗେ ଯିବା ଆସିବା କରନ୍ତି । ସେହିପରି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି । ଏଥି ପାଇଁ ଟ୍ରେନ୍‌ରେ ଶତକଡ଼ା ୯୫ଭାଗ ଲୋକ ନିର୍ଭର କରନ୍ତି । ତେବେ ମୁମ୍ବାଇ-ଓଡ଼ିଶା ଟ୍ରେନ୍ ଯିବା ଆସିବା ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର, ଉପ ସଭାପତି ବିଜୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୁମ୍ବାଇରୁ ଭାଇଜାଗ୍ ଆସୁଥିବା ଟ୍ରେନ୍ (ଟ୍ରେନ୍ ନଂ ୧୮୫୨୦/୧୮୫୧୯) ଭୁବନେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିବା ଆବଶ୍ୟକ ହେଉଛି । ସେହିପରି ମୁମ୍ବାଇରୁ ପୁନେକୁ ଆସୁଥିବା ଟ୍ରେନ୍ ଏହି ଟ୍ରେନ୍ ଭୁବନେଶ୍ୱର ପ୍ରତିଦିନ ଆସିବାକୁ ଦାବି କରିଛନ୍ତି ।

ସେହିପରି ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍ (ଟ୍ରେନ୍ ନଂ ୧୧୦୧୯/୧୧୦୨୦) ମୁମ୍ବାଇରେ ରାତି ୪ଟାରେ ପହଂଚୁଛି ଓ ଉକ୍ତ ଟ୍ରେନ୍ ଭୁବନେଶ୍ୱରରେ ରାତି ୧୧ରେ ପଂହଚୁଛି । ଯାହା ଫଳରେ ଲୋକଙ୍କୁ ନାନା ସମସ୍ୟା ହେଉଛି। ଏଥିପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱାସ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ଦାବିପତ୍ରର ନକଲ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ଏହି ଟ୍ରେନ୍ ଗୁଡ଼ିକ ଚାଲିଲେ ବହୁ ଓଡ଼ିଆ ଉପକୃତ ହେବେ ବୋଲି ସେ ଜଣାଇଛନ୍ତି ।

ବମ୍ବେ ଓଡ଼ିଆ ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026
Latest News

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.