Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ଦ୍ୱିତୀୟ ଓଡ଼ିଶା ଭବନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲା ବମ୍ବେ ଓଡ଼ିଆ ମହାସଂଘ

ଭୁବନେଶ୍ୱର : ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି। କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି। ମୁମ୍ବାଇରେ ଗୋଟିଏ ଥିବାବେଳେ ଅନ୍ୟ ଏକ ଓଡ଼ିଶା ଭବନ ଆବଶ୍ୟକ ହେଉଛି। ଏଥି ପାଇଁ ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ ଆଉ ଏକ ଓଡ଼ିଶା ଭବନ ଗଠନ କରିବାକୁ ଦାବି କରାଯାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର, ଉପ ସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ସୂର୍ଯ୍ୟକାନ୍ଥ ମିଶ୍ର, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ଓ ଅନ୍ୟ ପ୍ରବାସୀ ଓଡ଼ିଆମାନେ ଦାବି ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭୁବନେଶ୍ବର ମୁମ୍ବାଇକୁ ଅଧିକ ଟ୍ରେନ ଚଳାଚଳ ପାଇଁ ଦାବୀ କଲା ବମ୍ବେ ଓଡ଼ିଆ ମହାସଂଘ

ଭୁବନେଶ୍ୱର : ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି । କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି । ପ୍ରତିଦିନ ଓଡ଼ିଶାବାସୀ ଟ୍ରେନ୍ ଯୋଗେ ଯିବା ଆସିବା କରନ୍ତି । ସେହିପରି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି । ଏଥି ପାଇଁ ଟ୍ରେନ୍‌ରେ ଶତକଡ଼ା ୯୫ଭାଗ ଲୋକ ନିର୍ଭର କରନ୍ତି । ତେବେ ମୁମ୍ବାଇ-ଓଡ଼ିଶା ଟ୍ରେନ୍ ଯିବା ଆସିବା ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର, ଉପ ସଭାପତି ବିଜୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମୁମ୍ବାଇରୁ ଭାଇଜାଗ୍ ଆସୁଥିବା ଟ୍ରେନ୍ (ଟ୍ରେନ୍ ନଂ ୧୮୫୨୦/୧୮୫୧୯) ଭୁବନେଶ୍ୱର ପର୍ଯ୍ୟନ୍ତ ଯିବା ଆସିବା କରିବା ଆବଶ୍ୟକ ହେଉଛି । ସେହିପରି ମୁମ୍ବାଇରୁ ପୁନେକୁ ଆସୁଥିବା ଟ୍ରେନ୍ ଏହି ଟ୍ରେନ୍ ଭୁବନେଶ୍ୱର ପ୍ରତିଦିନ ଆସିବାକୁ ଦାବି କରିଛନ୍ତି ।

ସେହିପରି ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ଟ୍ରେନ୍ (ଟ୍ରେନ୍ ନଂ ୧୧୦୧୯/୧୧୦୨୦) ମୁମ୍ବାଇରେ ରାତି ୪ଟାରେ ପହଂଚୁଛି ଓ ଉକ୍ତ ଟ୍ରେନ୍ ଭୁବନେଶ୍ୱରରେ ରାତି ୧୧ରେ ପଂହଚୁଛି । ଯାହା ଫଳରେ ଲୋକଙ୍କୁ ନାନା ସମସ୍ୟା ହେଉଛି। ଏଥିପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱାସ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ଦାବିପତ୍ରର ନକଲ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ଏହି ଟ୍ରେନ୍ ଗୁଡ଼ିକ ଚାଲିଲେ ବହୁ ଓଡ଼ିଆ ଉପକୃତ ହେବେ ବୋଲି ସେ ଜଣାଇଛନ୍ତି ।