ମୁମ୍ବାଇରେ ଦ୍ୱିତୀୟ ଓଡ଼ିଶା ଭବନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ଜଣାଇଲା ବମ୍ବେ ଓଡ଼ିଆ ମହାସଂଘ

Published: May 26, 2022, 11:51 am IST

ଭୁବନେଶ୍ୱର : ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବାସ କରନ୍ତି। କେହି ନିଜ ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି। ମୁମ୍ବାଇରେ ଗୋଟିଏ ଥିବାବେଳେ ଅନ୍ୟ ଏକ ଓଡ଼ିଶା ଭବନ ଆବଶ୍ୟକ ହେଉଛି। ଏଥି ପାଇଁ ସମସ୍ୟା ଲାଗି ରହିଥିବାରୁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ ଆଉ ଏକ ଓଡ଼ିଶା ଭବନ ଗଠନ କରିବାକୁ ଦାବି କରାଯାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼ ବିପିନ ବିହାରୀ ମିଶ୍ର, ଉପ ସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ସୂର୍ଯ୍ୟକାନ୍ଥ ମିଶ୍ର, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ଓ ଅନ୍ୟ ପ୍ରବାସୀ ଓଡ଼ିଆମାନେ ଦାବି ଜଣାଇଛନ୍ତି।

Related posts