ଦେଶରେ ସପ୍ତଦଶ ନିର୍ବାଚନର ୪ଟି ପର୍ଯ୍ୟାୟ ସରିଗଲାଣି। ଆଉ ତିନୋଟି ପର୍ଯ୍ୟାୟ ରହିଛି। ମେ ୨୩ ତାରିଖରେ ନିର୍ବାଚନୀ ଫଳାଫଳ ଜଣାପଡ଼ିବ। ସମସ୍ତ ରାଜନୈତିକ ଦଳ ବାଜିମାତ୍ କରିବା ପାଇଁ କଳେବଳେ କୌଶଳେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନକୁ ନେଇ ବହୁତ ଚର୍ଚ୍ଚା ଲାଗି ରହିଛି। ଚଳିତ ଥର ମୋଦି ପୂର୍ବଥର ପରି ବାରଣାସୀ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ପୂର୍ବରୁ ମୋଦିଙ୍କ ବିପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହେବେ ବୋଲି ଖବର ବେଶ୍ ଚର୍ଚ୍ଚା ଧରିଥିଲା। କିନ୍ତୁ ଶେଷରେ କଂଗ୍ରେସ ଏହି ସ୍ଥାନରେ ଅଜୟ ରାୟଙ୍କୁ ଠିଆ କରାଯାଇଛି। ଗତକାଲି ଏହି ଆସନରୁ ନାମାଙ୍କନ କରିବାର ଶେଷ ତାରିଖ ଥିବାବେଳେ ଏସ୍ପି ତା’ର ପ୍ରାର୍ଥୀ ବଦଳାଇଛି। ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସମାଜବାଦୀ ପାର୍ଟି (ଏସ୍ପି) ସୋମବାର ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସୋମବାର ଦିନ ଶାଳିନୀଙ୍କ ପ୍ରାର୍ଥୀତ୍ବକୁ ପ୍ରତ୍ୟାହାର କରିବା ସହିତ ତାଙ୍କ ସ୍ଥାନରେ ବିଏସ୍ଏଫ୍ର ପୂର୍ବତନ ଯବାନ ତେଜବାହାଦୁର ଯାଦବଙ୍କୁ ଦଳ ପ୍ରାର୍ଥୀ କରିଛି। ଯବାନଙ୍କୁ ଖରାପ ଖାଦ୍ୟ ଦିଆଯାଉଛି ବୋଲି ସୋସିଆଲ ମିଡିଆରେ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ତେଜବାହାଦୁରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସେ ନିଜକୁ ଅସଲ ଚୌକିଦାର ବୋଲି କହି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଏସ୍ପି-ବିଏସ୍ପି-ଆର୍ଏଲ୍ଡିର ମିଳିତ ପ୍ରାର୍ଥୀ ହୋଇଛନ୍ତି।
ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହେଲେ ତେଜ ବାହାଦୂର ଯାଦବ, ଏସ୍ପି ଶାଳିନୀଙ୍କ ବଦଳରେ ଯାଦବଙ୍କୁ କଲା ପ୍ରାର୍ଥୀ
Published:
Apr 30, 2019, 12:59 pm IST
Tags: