ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ଟିଏମ୍ସିର ୪୦ ବିଧାୟକ ଆମ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ନିର୍ବାଚନ ପରେ ସେମାନେ ବିଜେପିରେ ଯୋଗ ଦେବେ ବୋଲି ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ଅଖିଳେଶ। ମୋଦିଙ୍କ ଏହି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହିତ ତାଙ୍କୁ ୭୨ ଘଣ୍ଟା ନୁହେଁ ବରଂ ୭୨ ବର୍ଷ ପାଇଁ ବାସନ୍ଦ କରାଯିବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି। ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟ ନାଥ ଏବଂ ପଞ୍ଜାବ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁଙ୍କୁ ୭୨ ଘଣ୍ଟା ଲେଖାଏ: ବାସନ୍ଦ କରିଥିଲେ ନିର୍ବାଚନ କମିଶନ। ଏକ ଟ୍ବିଟ୍ କରି ମୋଦିଙ୍କୁ ସମାଲୋଚନା କରିଛନ୍ତି ଅଖିଳେଶ। ‘ବିକାଶ ପ୍ରଶ୍ନ କରୁଛି, ଆପଣ ମୋଦିଙ୍କ ନିନ୍ଦନୀୟ ଭାଷଣ ଶୁଣିଛନ୍ତି କି? ୧୨୫ କୋଟି ଦେଶବାସୀଙ୍କ ଭରସା ହରାଇବା ପରେ ୪୦ ବିଧାୟକଙ୍କୁ ଅନୈତିକ ଭାବରେ ସାମିଲ କରିବାର ପ୍ରୟାସ କରୁଛନ୍ତି ପ୍ରଧାନଜୀ(ମୋଦି)’ ବୋଲି ଟ୍ବିଟ୍ କରିଛନ୍ତି ଅଖିଳେଶ।
Tags: