ପୁଡୁଚେରୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଝଟ୍କା । ଲ୍ୟୁଟନାଣ୍ଟ ଗଭର୍ଣ୍ଣର ସ୍ବାଧୀନ ଭାବରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ଏବଂ ଏନେଇ ତାଙ୍କୁ ମନ୍ତ୍ରୀ ପରିଷଦର ପରାମର୍ଶ ନେବାକୁ ପଡିବ ବୋଲି କୋର୍ଟ କହିଛନ୍ତି । କଂଗ୍ରେସ ବିଧାୟକ କେ ଲକ୍ଷ୍ମୀ ନାରାୟଣଙ୍କ ପକ୍ଷରୁ ଦାୟର କରାଯାଇଥିବା ଯାଚିକାର ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ମାଦ୍ରାସ ହାଇକୋର୍ଟର ମଦୁରାଇ ବ୍ରାଞ୍ଚ ମାମଲାର ରାୟ ଶୁଣାଇ କହିଛନ୍ତି, ନିର୍ବାଚିତ ସରକାର ସର୍ବଦା ଲ୍ୟୁଟନାଣ୍ଟ ଗଭର୍ଣ୍ଣରଙ୍କ ଠାରୁ ଅଧିକ କ୍ଷମତାଶାଳୀ । ଏହା ସହିତ କୋର୍ଟ କିରଣଙ୍କ ୨୦୧୭ର ଦୁଇଟି ନିର୍ଦ୍ଦେଶକୁ ମଧ୍ୟ ଋଦ୍ଦ କରିଛନ୍ତି । କୋର୍ଟ ନିଜ ନିର୍ଦ୍ଦେଶରେ କହିଥିଲେ ଅର୍ଥ ବ୍ୟବସ୍ଥା, ଶାସନ ପରିଚାଳନା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରରେ ସେ ଏକାକୀ ନିଷ୍ପତ୍ତି ନେଇ ପାରିବେ ନାହିଁ ବରଂ ମନ୍ତ୍ରୀ ପରିଷଦର ସହାୟତା ଗ୍ରହଣ କରିବେ । ଏହା ଉପରେ କିରଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ବର୍ତ୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ତେଣୁ ଆବଶ୍ୟକୀୟ ଫାଇଲ୍କୁ ପରୀକ୍ଷା କରାଯାଇ ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି କିରଣ କହିଛନ୍ତି । ଦୁଇ ବର୍ଷ ପୂର୍ବେ କେନ୍ଦ୍ର ସରକାର କିରଣଙ୍କୁ ସମର୍ଥନ କରିବା ସହିତ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ଅଧିକାର ରହିଛି ବୋଲି କହିଥିଲେ । କଂଗ୍ରେସ ସରକାର ସହିତ ବେଦୀଙ୍କର୨୦୧୬ ଠାରୁ ମତଭେଦ ରହି ଆସିଛି । ମୁଁ ସର୍ବଦା ନିୟମ ମାନି କାମ କରିବି ମାତ୍ର ରବର ଷ୍ଟାମ୍ପ ହୋଇ ପାରିବି ନାହିଁ ବୋଲି କିରଣ କହିଛନ୍ତି ।
କିରଣ ବେଦୀଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଝଟ୍କା
Published:
Apr 30, 2019, 3:19 pm IST
Tags: