Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ସାକ୍ଷାତ କଲେ ଅଷ୍ଟ୍ରେଲିଆ ଅଧିକାରୀ
ଆଜିର ଖବର

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ସାକ୍ଷାତ କଲେ ଅଷ୍ଟ୍ରେଲିଆ ଅଧିକାରୀ

May 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ସାକ୍ଷାତ କଲେ ଅଷ୍ଟ୍ରେଲିଆ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ କୋଲକାତାରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଡେପୁଟି କନ୍‌ସଲ୍‌ ଜେନେରାଲ୍‌ ଡାନିଏଲ୍‌ ସିମ୍‌ ଓ ବରିଷ୍ଠ ସମ୍ବଳ ଅଧିକାରୀ ଆଞ୍ଜେଲିନା ନାୟାର ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରି ରାଜ୍ୟ ରାଜନୀତିରେ ନାରୀମାନଙ୍କର ସ୍ଥିତି, ଶାସନକୁ ବ୍ୟବସ୍ଥିତ କରିବାରେ ନାରୀଶକ୍ତିର ଭୂମିକା, ନାରୀ ସଶକ୍ତିକରଣ ଓ ଅଷ୍ଟ୍ରେଲିଆ ଏବଂ ଓଡ଼ିଶାର ସଂସଦୀୟ ବିଧିବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି।

ଏହି ସୌଜନ୍ୟସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟିକା ଶ୍ରୀମତୀ ଉଷାଦେବୀ, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍‌, ଶ୍ରୀମତୀ କୁସୁମ ଟେଟେ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଗ୍ଲୋବାଲ୍‌ ପଲିସି ରିସର୍ଚ୍ଚ ଫାଉଣ୍ଡେସନର ଟିମ୍‌ଲିଡ୍‌ ସିନି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନାରୀ ସଶକ୍ତିକରଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଓଡ଼ିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସବୁବେଳେ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ବାଚସ୍ପତି ଡଃ. ପାତ୍ର ପ୍ରକାଶ କରିଛନ୍ତି।

ନାରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେଲେ ହିଁ କୌଣସି ରାଜ୍ୟ ତଥା ଦେଶର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। ମିଶନ ଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶାର, ମୁଖ୍ୟତଃ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଉଷାଦେବୀ ଉଲ୍ଲେଖ କରିଛନ୍ତି। ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାରଙ୍କ ବହୁବିଧ ପଦକ୍ଷେପକୁ ଡାନିଏଲ୍‌ ସିମ୍‌ ପ୍ରଶଂସା କରିଛନ୍ତି।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.