ଶାରଦା ଚିଟ୍ଫଣ୍ଡ ଦୁର୍ନୀତିରେ କମିଶନର ରାଜୀବ କୁମାରଙ୍କ ବିପକ୍ଷରେ ଆବଶ୍ୟକ ପ୍ରମାଣ ଦାଖଲ କରିବାପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଗିରଫ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟ ମଙ୍ଗଳବାର ପିଟିଶନର ଶୁଣାଣି କରି ରାଜୀବଙ୍କୁ ଗିରଫ କରିବା ପାଇଁ ପ୍ରମାଣ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି । ରାଜୀବ କୁମାର କୋଲକାତା ପୁଲିସ କମିଶନର ଥିବାବେଳେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତିରେ କେତେକ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରି ପଚରାଉଚରା କରିବାକୁ ସୁପ୍ରିମକୋର୍ଟରେ ନିବେଦନ କରିଥିଲା । ମଙ୍ଗଳବାର ଏହି ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାର ପ୍ରମାଣ ନଷ୍ଟ କରିଥିବା କିମ୍ବା ଏଥିରେ ତାଙ୍କ ସମ୍ପୃକ୍ତି ରହିଥିବା ନେଇ ସିବିଆଇକୁ କୋର୍ଟରେ ଯଥେଷ୍ଟ ପ୍ରମାଣ ଦେବାକୁ ପଡ଼ିବ। ତଥ୍ୟ ପ୍ରମାଣ ପ୍ରଦାନ କରାଯିବା ପରେ ସୁପ୍ରିମ୍କୋର୍ଟ ଏ ସମ୍ପର୍କିତ ଶେଷ ନିଷ୍ପତ୍ତି ନେବେ ବୋଲି ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ତୁଷାର ମେହେଟ୍ଟାଙ୍କୁ କୁହାଯାଇଛି ।
ଶାରଦା ଚିଟ୍ଫଣ୍ଡ ଦୁର୍ନୀତି : କମିଶନରଙ୍କ ବିପକ୍ଷରେ ପ୍ରମାଣ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ
Published:
Apr 30, 2019, 4:08 pm IST
Tags: