ରାଫେଲ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ‘ଚୌକିଦାର ଚୋର୍ ହୈ ନାରା ଦେଇଥିବାବେଳେ ଏହି ନାରା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଦିନ ସର୍ବୋଚ୍ଚ ନ୍ୟାୟଳୟ ରାହୁଲଙ୍କ ମାମହାନୀ ମାମଲାରେ ଶୁଣାଣି କରିଛନ୍ତି । ଏହି ଟିପ୍ପଣୀକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଅଭିଯୋଗ ହୋଇଛି । ଭାଜାପାର ସାଂସଦ ମିନାକ୍ଷୀ ଲେଖି ମଙ୍ଗଳବାର ଦିନ ସୁପ୍ରିମ୍କୋର୍ଟରେ କହିଛନ୍ତି ଯେ, ରାହୁଲ୍ ଜାଣିଶୁଣି ଏପରି କାର୍ଯ୍ୟ କରିଛନ୍ତି । ରାହୁଲ୍ ଗାନ୍ଧିଙ୍କ ଓକିଲ ଏହାର ଉତ୍ତରରେ କହିଛନ୍ତି ଯେ, ‘ଭୁଲ୍ରେ ଏପରି ଟିପ୍ପଣୀ କରିଥିବାରୁ କ୍ଷମା ଯାଚନା କରିଛନ୍ତି । ରାହୁଲ୍ ମେ ୬ ତାରିଖକୁ ଆଉ ଏକ କ୍ଷମାପ୍ରାର୍ଥନା ଦାଏର କରିବେ ବୋଲି ଜଣାପଡିଛି । ମାମଲାର ଆଗାମୀ ଶୁଣାଣୀ ମେ ୬ ତାରିଖରେ କରାଯିବ । ରାହୁଲ୍ ଗାନ୍ଧି ଏପ୍ରିଲ୍ ୧୦ ତାରିଖରେ ରାଫେଲ୍ ଚୁକ୍ତିକୁ ନେଇ ସୁପ୍ରିମ୍କୋର୍ଟ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶକୁ ସ୍ବାଗତ କରି କହିଥିଲେ, ଯେ, ଏହା ହେଉଛି ନୈତିକ ବିଜୟ, ଅଦାଲତ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଚୌକିଦାର ଚୋରି କରିଛନ୍ତି । ରାହୁଲ୍ଙ୍କ ଏହି ବୟାନକୁ ନେଇ ଭାଜାପା ସାଂସଦ ମିନାକ୍ଷୀ ଲେଖି ଅଦାଲତ ଅବମାନନା ଦାଏର କରିଥିଲେ । ରାହୁଲ୍ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟକୁ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ ବୋଲି ଅଭିହିତ କରିବା କାରଣରୁ ଏହି ମାମଲା ଦାଏର କରାଯାଇଥିଲା । ସୁପ୍ରିମ୍କୋର୍ଟ ଏହି ପ୍ରସଙ୍ଗରେ ରାହୁଲ୍ଙ୍କୁ ନୋଟିସ୍ ଜାରି କରିବା ସହିତ ଏହାର ଜବାବ ତଲବ କରିଥିଲେ । ରାହୁଲ୍ ଗାନ୍ଧି ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହିତ ଭୁଲ୍କ୍ରମେ ଅଭିହିତ କରିଥିବା ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ଏହା ସହିତ ଏହି ମାମଲାକୁ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ନିଜର ରାଜନୈେତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ରାହୁଲ ।
ଅଦାଲତା ଅବମାନନା ମାମଲା : ସୁପ୍ରିମ୍କୋର୍ଟରେ କ୍ଷମା ପ୍ରାର୍ଥନା କଲେ ରାହୁଲ୍
Published:
Apr 30, 2019, 4:43 pm IST
Tags: