Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ସାହିତ୍ୟ ଏକାଡେମୀର ‘କୋଣାର୍କ’ ବିଶେଷ ସଂଖ୍ୟା ନିମନ୍ତେ ପ୍ରବନ୍ଧ ଆହ୍ୱାନ
ଆଜିର ଖବର

ଓଡିଶା ସାହିତ୍ୟ ଏକାଡେମୀର ‘କୋଣାର୍କ’ ବିଶେଷ ସଂଖ୍ୟା ନିମନ୍ତେ ପ୍ରବନ୍ଧ ଆହ୍ୱାନ

May 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ମର୍ଯ୍ୟାଦାବନ୍ତ ପୁସ୍ତକ ପ୍ରକାଶନ ଏବଂ ତ୍ରୈମାସିକ ସାହିତ୍ୟ ମୁଖପତ୍ର “କୋଣାର୍କ’ ପ୍ରକାଶନ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ। ପୁସ୍ତକ ପ୍ରକାଶନକୁ ଲୋକାଭିମୁଖି ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବିଭିନ୍ନ ବିକ୍ରୟ ସଂସ୍ଥାଙ୍କ ସହିତ ଅନୁବନ୍ଧିତ କରାଯାଇ ଇ-ବିକ୍ରୟର ଶୁଭାରମ୍ଭ କରାଯିବା ସହିତ ପ୍ରକାଶିତ ପୁସ୍ତକଗୁଡ଼ିକ ଡିଜିଟାଇଜେସନ କରାଯାଇ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ୱେବ ପୋର୍ଟାଲରେ ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଛି।

ଏକାଡେମୀ ପକ୍ଷରୁ ପ୍ରଦତ୍ତ ସର୍ବୋଚ୍ଚ ସ୧ାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ସାରସ୍ୱତ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ତ୍ରୈମାସିକ ଓଡ଼ିଆ ସାହିତ୍ୟ ପତ୍ରିକା
“କୋଣାର୍କ’ର ପୃଥକ ପୃଥକ ବିଶେଷ ସଂଖ୍ୟା ପ୍ରକାଶ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ପ୍ରଥମ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତା କବି ରାଧାମୋହନ ଗଡନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ “କୋଣାର୍କ’ ବିଶେଷ ସଂଖ୍ୟା ପ୍ରକାଶ କରାଯିବ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିବା ଲେଖକଲେଖିକାମାନେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ବିଭିନ୍ନ ସାରସ୍ୱତ ଦିଗକୁ ଭିତ୍ତିକରି ଏକ ପ୍ରବନ୍ଧ ଡିଟିପି କପି ସହିତ ସପ୍ଟକପି ୱାର୍ଡ଼ ଫାଇଲରେ [email protected]  ଜରିଆରେ ପଠାଇବାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁରୋଧ କରିଛନ୍ତି ।

ପ୍ରାପ୍ତ ପ୍ରବନ୍ଧଗୁଡ଼ିକ କୋଣାର୍କ ସମ୍ପାଦନାମଣ୍ଡଳୀରେ ଉପସ୍ଥାପନ କରାଯାଇ ପ୍ରକାଶନ ଦିଗରେ ସିଦ୍ଧାନ୍ତ ଗ୍ରହଣ କରାଯିବ। ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଜେତାଙ୍କ ନାମ ଏକାଡେମୀ ୱେବସାଇଟ୍ www.odishasahityaakademi.org ରେ ଉପଲବ୍ଧ।

KONARK ଓଡ଼ିଶା ସାହିତ୍ୟ ଏକାଡେମୀ କୋଣାର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Latest News

ମହଙ୍ଗା ପଡ଼ିପାରେ ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା: ଜାଣନ୍ତୁ ଜରିମାନା 

August 27, 2026

ଭାରତରେ ବ୍ରିକ୍ସ ଶିଖର ସମ୍ମିଳନୀ: ଥିମ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

August 27, 2026

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

August 27, 2026

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ ଦୁଇଟି ପର୍ବ: ଜାଣନ୍ତୁ କଣ

August 27, 2026

ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଏହି ପାଞ୍ଚୋଟି ସାବଧାନତା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.