Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଖାନାରୁ ମିଳିଲାନି ଶବବାହକ ଗାଡ଼ି: ରାତିସାରା ବର୍ଷା, ପବନରେ ୧୦ ଘଣ୍ଟା ପଡି ରହିଲା ମୃତ ଦେହ
ଆଜିର ଖବର

ଡାକ୍ତରଖାନାରୁ ମିଳିଲାନି ଶବବାହକ ଗାଡ଼ି: ରାତିସାରା ବର୍ଷା, ପବନରେ ୧୦ ଘଣ୍ଟା ପଡି ରହିଲା ମୃତ ଦେହ

May 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଦୀର୍ଘ ୧୦ ଘଣ୍ଟା ଧରି ଏକ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି। ରେଢାଖୋଲ ଡାକ୍ତରଖାନାରେ ଶବବାହକ ଗାଡ଼ି ଅଛି। କିନ୍ତୁ ଡ୍ରାଇଭର ଛୁଟିରେ ଥିବାରୁ ମୃତ ଶବଟି ଉଠି ପାରି ନ ଥିଲା।

ଖବର ମୁତାବକ ବରଗଡ ଜିଲ୍ଲା ଅତାବିରା ଥାନା କ୍ଷୀରାପାଲି ଗ୍ରାମର ହେମନ୍ତ ସେଠ ରକ୍ତ କର୍କଟ ରୋଗରେ ପିଡ଼ିତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ରବିବାର ରାତି ୯ ଟାରେ ବୁର୍ଲା ମେଡିକାଲରୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେଉଥିବା ବେଳେ ଅବସ୍ଥା ଅତି ଗୁରୁତର ହେବାରୁ ପରିବାର ଲୋକେ ରେଢାଖୋଲ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ରୋଗୀ ଜଣଙ୍କୁ ରାତି ୯ଟାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ରୋଗୀର ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଘରକୁ ନେବାକୁ ଚାହିଁଥିଲେ। କିନ୍ତୁ ମେଡିକାଲରେ ଥିବା ଗୋଟିଏ ଶବ ବାହକ ଗାଡି ରହିଥିବା ବେଳେ ଏକମାତ୍ର ଡ୍ରାଇଭର ଦୁଇଦିନ ପାଇଁ ଛୁଟିରେ ଯାଇଥିବାରୁ ରାତିସାରା ବର୍ଷା, ପବନରେ ଏକ ବାରଣ୍ଡାରେ ଶବକୁ ଜଗି ରହିଥିଲେ ପରିବାର ଲୋକେ।

ପରିବାର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଅନ୍ୟ ଗାଡ଼ି ଠିକ୍ କରି ଶବକୁ ଘରକୁ ନେଇ ପାରିଲୁ ନାହିଁ ବୋଲି ମୃତକର ବଡ ଭାଇ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି। ସେପଟେ ଗଣ ମାଧ୍ୟମର ପ୍ରତିନିଧିମାନେ ଫଟୋ ଉଠାଉଥିବାବେଳେ କେହି ଜଣେ ବ୍ୟକ୍ତି ଫଟୋ ଉଠାନ୍ତୁ ନାହିଁ କି ଖବର ପ୍ରସାରଣ କରନ୍ତୁ ନାହିଁ ଏବେ ଶବ ଉଠିବ ବୋଲି ଗଣ ମାଧ୍ୟମର ପ୍ରତିନିଧିମାନଙ୍କୁ କହିଥିଲେ।

ହେଲେ ଦୀର୍ଘ ୧୦ ଘଣ୍ଟା ଧରି ଶବଟି ବାରଣ୍ଡାରେ ପଡି ରହି ଥିଲେ ହେଁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରା ଯାଇ ନ ଥିଲା। ପରେ ଡ୍ରାଇଭରକୁ ଡାକ୍ତରଖାନା କତ୍ତୃପକ୍ଷ ଫୋନ କରିବା ପରେ ଛୁଟିରେ ଥିବା ଡ୍ରାଇଭର ଜଣକ ଡାକ୍ତରଖାନା ଆସିବା ପରେ ୧୨ ଘଣ୍ଟା ପରେ ଶବ ଉଠିଥିଲା।

ବର୍ଷା ମୃତ ଦେହ ରେଢାଖୋଲ ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Latest News

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026

ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ: ଡାଏରୀ ମାଲିକ ଗିରଫ

March 5, 2026

ରାଜ୍ୟସଭା ନିର୍ବାଚନ: ଆଜି ୩୭ ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.