Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଳିତଗିରିର ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକିର୍ତ୍ତୀକୁ ଧ୍ୱଂସ କରିବାକୁ ସରକାରୀ ଚକ୍ରାନ୍ତ-ଡଃ ଜ୍ଞାନେନ୍ଦ୍ର
ଆଜିର ଖବର

ଲଳିତଗିରିର ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକିର୍ତ୍ତୀକୁ ଧ୍ୱଂସ କରିବାକୁ ସରକାରୀ ଚକ୍ରାନ୍ତ-ଡଃ ଜ୍ଞାନେନ୍ଦ୍ର

May 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲଳିତଗିରିର ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକିର୍ତ୍ତୀକୁ ଧ୍ୱଂସ କରିବାକୁ ସରକାରୀ ଚକ୍ରାନ୍ତ-ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର : ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧକିର୍ତ୍ତୀସ୍ଥଳ ଲଳିତଗିରିର ଶୁଖୁଆପଡ଼ା ପାହାଡ଼ରେ ସପ୍ତମ ଶତାବ୍ଦୀର ଅନେକ ବୌଦ୍ଧକିର୍ତ୍ତୀ ରହିଛି। କିନ୍ତୁ ରାଜ୍ୟ ସରକାର ଏହି ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ ପାଇଁ ଓଡ଼ିିଶା ରାଜ୍ୟ ଖଣି ନିଗମକୁ ଲିଜ୍ ସୂତ୍ରରେ ଦେଇ ଓଡ଼ିଶାର ବୌଦ୍ଧକିର୍ତ୍ତୀ ଓ ଐତିହ୍ୟକୁ ନଷ୍ଟ କରିବାର ଏକ ବିଦ୍ଧିବଦ୍ଧ ଚକ୍ରାନ୍ତ କରିଛନ୍ତି ବୋଲି ଭାରତୀୟ ମହାବୋଧି ସମିତିର ରାଷ୍ଟ୍ରୀୟ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗୁରୁତର ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ୨୦୦୫ ମସିହାରେ ଯାଜପୁର ଜିଲ୍ଲାପାଳ ଏହି ଶୁଖୁଆପଡ଼ା ପାହାଡ଼ରୁ ମୋରମ ଖନନ ପାଇଁ ଲିଜ୍ ଦେଇଥିଲେ। କିନ୍ତୁ ସେତେବେଳେ ବୌଦ୍ଧଧର୍ମ ପ୍ରତି ପ୍ରତିବଦ୍ଧ ଥିବା ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ବୁଦ୍ଧାୟନ ତରଫରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ଜନହିତ ମାମଲା କରାଯିବା ପରେ ମାନ୍ୟବର କୋର୍ଟ ଏକ ଯୁଗ୍ମ କମିଟି ଗଠନ କରିଥିଲେ ଓ ଯୁଗ୍ମ କମିଟି ତାଙ୍କ ରିପୋର୍ଟରେ ଲିଜ୍ ନ ଦେବା ପାଇଁ ମତପୋଷଣ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଳିତଗିରିର ଲଣ୍ଡା ପାହାଡ଼କୁ ଏ.ଏସ୍‌.ଆଇ କର୍ତ୍ତୃପକ୍ଷ ଠିକଣା ଭାବେ ତଦାରଖ କରୁଥିବା ବେଳେ ଶୁଖୁଆପଡ଼ା ପାହାଡ଼ରୁ ବୌଦ୍ଧକିର୍ତ୍ତୀ, ହାତୀଖାଲରୁ ବାହାରିଥିବା ଛଅଗୋଟି ବିରାଟ ବୌଦ୍ଧମୂର୍ତ୍ତି ଏ.ଏସ୍‌.ଆଇ. କର୍ତ୍ତୃପକ୍ଷ ନେଇ ଲଳିତଗିରି ସଂଗ୍ରହାଳୟରେ ରଖିଛନ୍ତି। କିନ୍ତୁ ଏହି ପାହାଡ଼ର ଶୀର୍ଷଦେଶରେ ପାରାଭାଡ଼ି ଅବସ୍ଥିତ ଏହା ଏକ ବିରାଟ ବୌଦ୍ଧସ୍ତୁପ। ଭବିଷ୍ୟତରେ ଏହାର ଖନନ ହେଲେ ଭଗବାନ ବୁଦ୍ଧ ଓ ସାରିପୁତଙ୍କର ରିଲିକ୍ସ ବାହାରିବାର ସମ୍ଭାବନା ଅଛି। ଏଥିସହିତ ଏହି ପାହାଡ଼ରେ ଥିବା ଘଣ୍ଟିଆଶୁଣି ଓ ସାଧୁଗୁମ୍ଫା ଭଳି ସ୍ଥାନଗୁଡ଼ିକରେ ବହୁ ବୌଦ୍ଧକିର୍ତ୍ତୀ ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ନାମରେ ଶୁଖୁଆପଡ଼ା ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ କରିବା ପାଇଁ ରାଜ୍ୟ ଖଣି ନିଗମ ଦ୍ୱାରା ଉନ୍ନତମାନର ମେସିନ୍ ଲଗାଇ ବୌଦ୍ଧ କିର୍ତ୍ତୀରାଜିକୁ ଧ୍ୱଂସ କରିବାକୁ ଯେଉଁ ଚେଷ୍ଟା କରିଛନ୍ତି, ତାହାକୁ କରିବାକୁ ଦିଆଯିବ ନାହିଁ ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ, ସରକାର ତୁରନ୍ତ ରାଜ୍ୟ ଖଣି ନିଗମକୁ ଦେଇଥିବା ଲିଜ୍‌କୁ ବାତିଲ୍ କରିବା ସହ ପାହାଡ଼ରୁ ପଥର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦୃଢ ଦାବି କରିଛନ୍ତି ଓ ରାଜ୍ୟର ସମସ୍ତ ବୌଦ୍ଧଧର୍ମର ଶ୍ରଦ୍ଧାଳୁମାନେ ଏହାର ବିରୋଧ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026

ନବୀନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁଣି ଜଣେ ନିଲମ୍ବନ

February 8, 2026
Latest News

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026

ନିଷ୍ପତ୍ତି ବଦଳାଇପାରେ ପିସିବି: ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ବଡ଼ ଅପଡେଟ୍

February 8, 2026

କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କ୍?: ତଦନ୍ତ ଉପରେ ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.