ଯିଏ ମୁର୍ଖକୁ ଜ୍ଞାନ ଦେବ ସେ ହେବ ମହାମୁର୍ଖ, କାରଣ କହିଲେ ଆଚାର୍ଯ୍ୟ ଚାଣକ୍ୟ

Published: May 22, 2022, 6:30 am IST

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବହୁ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟ ଏବଂ ଶିକ୍ଷଣୀୟ କଥା କହିଛନ୍ତି। ଶହଶହ ବର୍ଷ ପୂର୍ବେ ଲେଖାଯାଇଥିବା ଏହି ଚାଣକ୍ୟ ନୀତି ଆଜି ବି ବେଶ୍ ଉପକାରିତା ପରିଲକ୍ଷିତ ହୋଇଛି। ସେ ସାଧାରଣ ଜୀବନରେ ଘଟୁଥିବା ପ୍ରତିଟି ଘଟଣାର ଶିକ୍ଷଣୀୟ କଥାକୁ ଉଦ୍ଧାର କରି ଏହି ନୀତି ପ୍ରଣୟନ କରିଛନ୍ତି।

ଏହି ପୁସ୍ତକରେ ସେ ମୁର୍ଖ ସହିତ ବ୍ୟବହାର କିପରି କରିବ ସେ ନେଇ ସୁନ୍ଦର ଉପସ୍ଥାପନା କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜ୍ଞାନ ଆହରଣ କରିବା କ୍ଷମତା ନ ଥିବ, ସେହି ବ୍ୟକ୍ତିଙ୍କୁ ଯଦି କେହି ପାଠପଢାଇବ ତେବେ ତାହା ବଡ ଭୁଲ ହେବ।

ଏହାର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି ଜଣେ ଅନ୍ଧଙ୍କୁ ଆପଣ ଦର୍ପଣ ଦେଖାଇବେ ତେବେ ସେଥିରେ କାହାର କିଛି ଲାଭ ହେବ ନାହିଁ। ବରଂ ଯେଉଁ ବ୍ୟକ୍ତି ଅନ୍ଧକୁ ଦର୍ପଣ ଦେଖାଇବ ସେ ଜଣେ ମୁର୍ଖ ବୋଲି କହିବାକୁ ହେବ। ଠିକ ସେହିପରି ମୁର୍ଖକୁ ଜ୍ଞାନ ଦେବା ଜ୍ଞାନୀଲୋକଙ୍କର ମୁର୍ଖାମୀପଣ ବୋଲି କୁହାଯିବ।

Related posts