ପ୍ରଧାନମନ୍ତ୍ରୀ ଘୋଡା ବେପାରରେ ବ୍ୟସ୍ତ ଅଛନ୍ତି : ମମତା

Published: May 1, 2019, 10:54 am IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ମୋଦି ଘୋଡା ବେପାରରେ ବ୍ୟସ୍ତ ଅଛନ୍ତି ବୋଲି ମମତା କଟାକ୍ଷ କରିଛନ୍ତି। ଟିଏମ୍‌ସିର ୪୦ ବିଧାୟକ ଆମ ସହିତ ଅଛନ୍ତି ଏବଂ ନିର୍ବାଚନ ପରେ ସେମାନେ ଆମ ସହିତ ଯୋଗ ଦେବେ ବୋଲି ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଏହି ମନ୍ତବ୍ୟ ଦେଇଛନ୍ତି ମମତା। ମମତା ଏହା ଉପରେ ନିଜର ମତ ରଖି କହିଛନ୍ତି ନିର୍ବାଚନ ପୂର୍ବରୁ ଜଣେ ପ୍ରାର୍ଥୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେବା ରାଜନୈତିକ ଘୋଡା ବେପାର ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି। ଏପରି ମନ୍ତବ୍ୟ ଦେଇଥିବାରୁ ମୋଦିଙ୍କ ପ୍ରାର୍ଥୀପତ୍ର ନାକଚ କରିଦେବା ଆବଶ୍ୟକ ବୋଲି ମମତା କହିଛନ୍ତି। ହୁଗୁଳିରେ ଏକ ସାଧାରଣ ସଭାରେ ଯୋଗଦେଇ ମମତା ମୋଦୀଙ୍କୁ କଡା ସମାଲୋଚନା କରିବା ସହିତ ଜଣେ ଦେଶର ପ୍ରଧାନମନ୍ତ୍ରୀ ରାଜନୈତିକ ଘୋଡା ବେପାରରେ ସଂଶ୍ଲିଷ୍ଟ ରହିବା ଦେଶ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଟିଏମ୍‌ସିର ୪୦ ବିଧାୟକ ଆମ ସମ୍ପର୍କରେ ଅଛନ୍ତି ଏବଂ ନିର୍ବାଚନ ପରେ ସେମାନେ ଆମ ସହିତ ସାମିଲ୍‌ ହେବେ ବୋଲି ମୋଦି କହିଥିଲେ।

Related posts