ଦେଶର ସୁରକ୍ଷା ଦାୟିତ୍ବରେ ରହିଥିବା ଲୋକ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି : ଜୟା

Published: May 1, 2019, 11:31 am IST

ସମାଜବାଦୀ ପାର୍ଟି ନେତ୍ରୀ ତଥା ପୂବର୍ତନ ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜୟା କହିଛନ୍ତି ବର୍ତ୍ତମାନ ଦେଶର ସୁରକ୍ଷା ଦାୟିତ୍ବରେ ରହିଥିବା ଲୋକ ହିଁ ବିଶୃଙ୍ଖଳା ସୃଷ୍ଟି ପାଇଁ ଦାୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ଦାୟୀ ବୋଲି କହିଥିଲେ ଜୟା। ସେହିପରି ବିଭିନ୍ନ ସ୍ଥାନରେ ବୁଥ୍‌ରେ ହେଉଥିବା ଅନୈତିକ କାର୍ଯ୍ୟ ଉପରେ ମଧ୍ୟ ମତ ରଖିଛନ୍ତି ଜୟା। ବୁଥ୍‌ରେ ରହିଥିବା ଏଜେଣ୍ଟଙ୍କ ମୁଖ୍ୟ ଦାୟିତ୍ବ ହେଉଛି ସୂଚାରୁ ରୂପେ ନିର୍ବାଚନ ପରିଚାଳନା କରିବା ଏବଂ ଏହା ସେମାନେ କରିବା ଉଚିତ୍‌ ବୋଲି କହିଛନ୍ତି ଜୟା ବଚ୍ଚନ। ସେମାନେ କୌଣସି ରାଜନୈତିକ ଦଳ ଦ୍ବାରା ପ୍ରଭାବିତ ହେବା ଅନୁଚିତ୍‌ ବୋଲି ଜୟା କହିଛନ୍ତି। ଲକ୍ଷ୍ନୌରେ ପୁନମ୍‌ ସିହ୍ନାଙ୍କ ପାଇଁ ପ୍ରଚାର କରିବା ସମୟରେ ଏହି ମତ ଦେଇଛନ୍ତି ଜୟା। ରାଜନୀତିରେ ନୂତନ ଭାବରେ ପ୍ରବେଶ କରିଥିବା ପୁନମଙ୍କୁ ସହୃଦୟରେ ସ୍ବାଗତ କରିବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦେଇଥିଲେ ଜୟା। ଉପସ୍ଥିତ ଭିଡକୁ ଦେଖି ଜୟା କହିଥିଲେ ଆପଣ ମାନେ ଏହି ସଂଖ୍ୟାରେ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିବା ଉଚିତ୍‌। ଆସନ୍ତା ୬ ତାରିଖରେ ଲକ୍ଷ୍ନୌରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୩ ରେ ଫଳାଫଳ ଆସିବ।

Related posts