ଗୁଗୁଲ୍‌ ଛାଡିବେ ଏରିକ୍‌ ସ୍ମିଡ୍‌ଟ

Published: May 1, 2019, 11:33 am IST
GOOGLE CHAIRMAN ERIC SCHIMDT TO STEP DOWN FROM BOARD

ଗୁଗୁଲ୍‌ର ଚେୟାରମ୍ୟାନ୍‌ ଏରିକ୍‌ ସ୍ମିଡ୍‌ଟ ଗୁଗୁଲ୍‌ ଛାଡିବେ ବୋଲି ଜଣାପଡିଛି । ଗୁଗୁଲ୍‌ର ମୂଳ କମ୍ପାନୀ ଆଲ୍ଫାବେଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ଜୁନ୍‌ରେ ଏରିକ୍‌ ବୋର୍ଡରୁ ନିଜର ଇସ୍ତଫା ପ୍ରଦାନ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । 64 ବର୍ଷରେ ପଦାର୍ପଣ କରିଥିବା ଏରିକ୍‌ ଗୁଗୁଲ୍‌ ସହିତ ନିଜ 18 ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପକାଇବେ । ଏହା ପୂର୍ବରୁ ସେ ଆଲ୍ଫାବେଟ୍‌ର ଚେୟାରମ୍ୟାନ୍‌ ପଦବୀରୁ ଗତବର୍ଷ ଇସ୍ତଫା ପ୍ରଦାନ କରିଥିଲେ । ବର୍ତ୍ତମାନ ଆଲ୍ଫାବେଟ୍‌ର ବୈଷୟିକ ଉପଦେଷ୍ଟା ରହିଥିବା ଏରିକ୍‌ ଉକ୍ତ ପଦବୀରେ ରହିବେ କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ । 2001 ମାର୍ଚ୍ଚରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଯୋଗ ଦେଇଥିବା ବେଳେ ସମାନ ବର୍ଷରେ ହିଁ ବୋର୍ଡ ସଦସ୍ୟ ହେବାର ସୌଭାଗ୍ୟ ହାସଲ କରିଥିଲେ । ବର୍ତ୍ତମାନ ନିଜର ସର୍ବାଧିକ ସମୟ ସମାଜସେବା, ବୈଜ୍ଞାନିକ ଏବଂ ବୈଷୟିକ କାର୍ଯ୍ୟରେ ନିବେଶ କରିବେ ବୋଲି କହିଛନ୍ତି । ଫୋର୍ବସ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ ସ୍ମିଡ୍‌ଟଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 14 ବିଲିୟନ୍‌ ଡଲାର ।

Related posts