ଅଜିତ୍‌ ଡୋଭାଲ୍‌ଙ୍କ ପୁଅଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା

Published: May 1, 2019, 12:03 pm IST
shourya doval gets z class security

ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‍ଏସ୍‍ଏ) ମୁଖ୍ୟ ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କୁ ‘ଜେଡ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ବ୍ୟତୀତ ପଶ୍ଚିମବଙ୍ଗରୁ ନିର୍ବାଚନ ଲଢୁଥିବା ବିଜେପିର ୧୦ ଜଣ ପ୍ରାର୍ଥୀଙ୍କୁ ମଧ୍ୟ କେନ୍ଦ୍ର ସରକାର ସାମୟିକ ଭାବେ ସୁରକ୍ଷା ପ୍ରଦାନ କରିଛନ୍ତି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରଯାଇଛି ବୋଲି ସାମରିକ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସୁରକ୍ଷା ରିପୋର୍ଟ ମିଳିବା ପରେ ୪୩ ବର୍ଷିୟ ସୌର୍ଯ୍ୟ ଡୋଭାଲ ଏବଂ ପଶ୍ଚିମବଙ୍ଗ ନେତାମାନଙ୍କୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ପଶ୍ଚିମବଙ୍ଗ ଯାଦବପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ଅନୁପମ ହାଜରା, ବାରାକପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ଅର୍ଜୁନ ସିଂହଙ୍କୁ ‘ୱାଇ’ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି ।

Related posts