ଫାନି ମୁକାବିଲା ପାଇଁ ୫ ଆଇଏଏସ୍‌ ନିଯୁକ୍ତ

Published: May 1, 2019, 12:40 pm IST

ଫାନି ପାଇଁ ୫ ଜଣ ଜିଲ୍ଲାପାଳଙ୍କୁ ୫ ଟି ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ବାତ୍ୟା ଭୀଷଣରୁ ଅତିଭୀଷଣ ରୂପ ନେଇଥିବା ବେଳେ ସତର୍କତା ପଦକ୍ଷେପ ସ୍ବରୂପ କେନ୍ଦ୍ରାପଡା, ପୁରୀ, ବାଲେଶ୍ବର, ଜଗତସିଂହପୁର, ଏବଂ ଯାଜପୁରରେ ୫ ଜଣ ଆଇଏଏସଙ୍କୁ ନିଯୁକ୍ତ କରାଯାଇଛି। ଫାନିର ମୁକାବିଲା ପାଇଁ ପାଞ୍ଚଜଣ ଆଇଏଏସଙ୍କୁ ୫ ଟି ଜିଲ୍ଲା ରିଲିଫ ଓ ଥଇଥାନ ଦାୟିତ୍ୱରେ ରଖାଯାଇଛି। ତେଣୁ ପୁରୀରେ ସୁରେଶ ମହାପାତ୍ର ,ଜଗତସିଂହପୁରରେ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାପଡ଼ାରେ ପ୍ରଦୀପ ଜେନା ,ଯାଜପୁରରେ ଅନୀଲ ସାମଲ ଓ ବାଲେଶ୍ୱରରେ ବଲୱନ୍ତ ସିଂହ ଏହି ଦାୟିତ୍ୱରେ ରହିଛନ୍ତି। ଫାନି ବର୍ତ୍ତମାନ ପୁରୀ ଠାରୁ ୬୮୦ କିମି ,ବିଶାଖାପାଟଣା ଠାରୁ ୪୩୦ କିମି ଦୂରରେ ରହିଛି। ୩ ତାରିଖ ଦିନ ପୁରୀରେ କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଏହା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୭୫ ରୁ ୧୮୫ କିଲୋମିଟର ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

Related posts