ଓଡିଶାରେ ସମୁଦାୟ ୭୩.୦୮ ପ୍ରତିଶତ ମତଦାନ

Published: May 1, 2019, 1:32 pm IST

ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସ୍‌ମିଟ୍‌ରେ ମତଦାନ ହାର ସମ୍ପର୍କରେ ସୂଚନା ଦେଇଛନ୍ତି। ଚତୁର୍ଥ ପର୍ଯ୍ୟାୟ ଶେଷ ସୁଦ୍ଧା ଓଡିଶାରେ ସମୁଦାୟ ୭୩.୦୮ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଲୋକସଭା କ୍ଷେତ୍ର ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି। ବିଧାନସଭା କ୍ଷେତ୍ର ମଧ୍ୟରେ କୋଟପାଡରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ବରରେ ସର୍ବନିମ୍ନ ୪୩.୦୪ ପ୍ରତିଶତ ମତଦାନ ହୋଇଛି। ଇଭିଏମ୍‌ ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହିତ ଷ୍ଟ୍ରଙ୍ଗରୁମ୍‌ ପରିବର୍ତ୍ତନ ନେଇ ମଧ୍ୟ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର। ୨ ଟି ସ୍ଥାନରୁ ଇଭିଏମ୍‌ ଅନ୍ୟତ୍ର ସ୍ଥାନାନ୍ତର ନେଇ ସୂଚନା ଦେଇଛନ୍ତି କମିଶନର। ଜଗତସିଂହପୁରର ଏସ୍‌ଭିଏମ୍‌ କଲେଜର ଇଭିଏମ୍‌ ତଳ ରୁମ୍‌ରୁ ଉପରକୁ ନିଆଯିବ ଏବଂ ମୋହନା ଷ୍ଟ୍ରଙ୍ଗ ରୁମ୍‌ରେ ରହିଥିବା ଇଭିଏମ୍‌କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ଘୋଷଣା କରାଯାଇଛି।

Related posts