ଶିବସେନାର ମୁଖପତ୍ର ‘ସାମ୍ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ଇଷ୍ଟରରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବୁର୍ଖା ସହିତ ଚେହେରା ଢ଼ାଙ୍କିବା ଭଳି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ରାଷ୍ଟ୍ରର ସୁରକ୍ଷା ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି ବୋଲି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ପଦକ୍ଷେପ ନେବା ଉଚିତ୍ ବୋଲି ସାମ୍ନାରେ କୁହାଯାଇଛି । ଭାରତରେ ମଧ୍ୟ ବୁର୍ଖା ଓ ସେହି ପ୍ରକାରର ମୁହଁ ଢ଼ାଙ୍କୁଥିବା ଜିନିଷକୁ ବନ୍ଦ କରନ୍ତୁ, ଏମିତି ଦାବି ରାଷ୍ଟ୍ରର ହିତ ପାଇଁ କରୁଛୁ । ବୁର୍ଖା ଉପରେ ବାସନ୍ଦାଦେଶ ଲଗାଇବା କୌଣସି ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ମଧ୍ୟ କମ୍ ନୁହେଁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ଫ୍ରାନ୍ସରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାକାର ସରକାର ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇଦେଲେ । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିୟା ଓ ବ୍ରିଟେନରେ ବି ଏହା ହୋଇଛି ତେବେ ଏହି ପ୍ରସଙ୍ଗରେ ଭାରତ ପଛରେ କାହିଁକି ବୋଲି ପ୍ରଶ୍ନ କରାଯାଇଛି । ଏମିତିରେ ଅସଂଖ୍ୟ ମୁସଲିମ୍ ଯୁବତୀ ବୁର୍ଖା ନପିନ୍ଧିବାକୁ ଚାହୁଁଛନ୍ତି । ଏଣୁ ସରକାର ଏହାକୁ ଲାଗୁ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି ସାମ୍ନାରେ ଉଲ୍ଲେଖ କରାଯାଇଛି ।
ବୁର୍ଖା ଉପରେ ପ୍ରତିବନ୍ଧକ ପାଇଁ ଶିବସେନାର ଦାବି
Published:
May 1, 2019, 1:37 pm IST
Tags: