ବନ୍ଦ ହୋଇଯାଇଥିବା ଏୟାର ଲାଇନ୍ସ ଜେଟ୍ ଏୟାରଓ୍ବେଜ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବନ୍ଦ ହେବା ପୂର୍ବରୁ ହୋଇଥିବା ଆଡଭାନ୍ସ ବୁକିଂ ଗୁଡିକ ପାଇଁ ଗ୍ରାହକଙ୍କୁ ଅର୍ଥ ଫେରସ୍ତ କିମ୍ବା ଅନ୍ୟ କୌଣସି ବିମାନ ବ୍ୟବସ୍ଥା କରିବା ପାଇଁ ଜେଟ୍ ଏୟାରଓ୍ବେଜ୍କୁ ଏହି ନୋଟିସ୍ ଜାରି କରାଯାଇଛି । ନିଜର ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡାଣ ବାତିଲ କରିଥିବା ବେଳେ କରିଥିବା ଅଗ୍ରୀମ ବୁକିଂ ପାଇଁ ଗ୍ରାହକଙ୍କୁ କ୍ଷତିପୂରଣ ଦିଆଯିବା ଉଚିତ୍ । ଏହା ସହିତ ବିମାନ ଚଳାଚଳ ବିଭାଗର ସାଧାରଣ ନିର୍ଦ୍ଦେଶକଙ୍କୁ ମାମଲାର ଆସନ୍ତା ଶୁଣାଣି ପୂର୍ବରୁ ଏ ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ 16 ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ସାମାଜିକ କର୍ମୀ ବେଜୋନ କୁମାର ମିଶ୍ରାଙ୍କ ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି ।
Tags: