ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତାଳଚେର ଗସ୍ତ

Published: May 29, 2022, 5:54 pm IST

ଭୁବନେଶ୍ଵର: ରେଳ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭି କେ ତ୍ରିପାଠୀ ତାଙ୍କର ଓଡିଶା ଗସ୍ତ ସମୟରେ ଆଜି ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିବା ସହିତ ଟ୍ରାଫିକ ସୁବିଧା ତଥା ସୁବିଧାଜନକ ଟ୍ରେନ ଚଳାଚଳ ଏବଂ ବିକାଶମୂଳକ କାର୍ଯ୍ୟକଳାପ ସମ୍ବନ୍ଧରେ ଅନୁଧ୍ୟାନ କରିଛନ୍ତି।

ସେ ମଧ୍ୟ ଏହି ଅଞ୍ଚଳରେ ରେଳବାଇର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ (କାର୍ଯ୍ୟକାରୀ) ଶରଦ କୁମାର ଶ୍ରୀବାସ୍ତବ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଉପସ୍ଥିତ ଥିଲେ।

ଶ୍ରୀ ତ୍ରିପାଠୀ ମଧ୍ୟ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ (MCL) କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ କୋଇଲା ପରିବହନ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି।

ଏହି ନୀରିକ୍ଷଣ ଓ ସମୀକ୍ଷା ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ବରିଷ୍ଠ ରେଳ ଅଧିକାରୀ ଏବଂ ଏମସିଏଲର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Related posts