ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜଙ୍କୁ 50 ସପ୍ତାହ ବା ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଜାମିନ ନିୟମ ଭଙ୍ଗ କରିଥିବାରୁ ଗତମାସରେ ଇକ୍ବେଡରର ଲଣ୍ଡନ ସ୍ଥିତ ଦୂତାବାସରୁ ଗିରଫ କରାଯାଇଥିଲା । ସ୍ବିଡେନ୍କୁ ପ୍ରତ୍ୟର୍ପିତ ନହେବା ପାଇଁ ଇକ୍ବେଡର ଦୂତାବାସରେ ଅବସ୍ଥାନ କରିଥିଲେ । ଗତମାସରେ ଜାମିନ ନିୟମ ଉଲ୍ଲଂଘନ ପାଇଁ ଗିରଫ କରାଯାଇଥିବା ବେଳେ ଅଜାଣତରେ ଏପରି ଭୁଲ୍ ହୋଇଥିଲା ବୋଲି ଆସାଞ୍ଜ କୋର୍ଟଙ୍କୁ ଜଣାଇଥିଲେ । ମାତ୍ର କୋର୍ଟ ଆସାଞ୍ଜଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହିତ ତାଙ୍କୁ ଜେଲ୍ ପଠାଇବାର ଆଦେଶ ଦେଇଥିଲେ । ଏହା ସହିତ ବର୍ତ୍ତମାନ ଆସାଞ୍ଜଙ୍କ ବିପକ୍ଷରେ ସରକାରୀ ତଥ୍ୟ ଚୋରୀର ମାମଲା କାର୍ଯ୍ୟକାରୀ ହେବ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ।
Tags: